ବୈଶାଖୀ ମହୋତ୍ସବ ନବମ ସଂସ୍କରଣ
ବାଲେଶ୍ୱର, (ସରୋଜ ପଣ୍ଡା):‘ବୈଶାଖୀ ମହୋତ୍ସବ’ର ନବମ ସଂସ୍କରଣ ପାଳନ ଅବସରରେ ସବୁବର୍ଷ ପରି ଏଥର ୩୮ବର୍ଷର ଉଡ଼ାଯାତ୍ରା ଏବଂ ସାର୍ବଜନୀନ ବାସନ୍ତୀପୂଜାର ରଜତଜୟନ୍ତୀ ଉତ୍ସବ ଆଗାମୀ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର ସହର ଉପକଣ୍ଠ ସ୍ଥାନୀୟ ଈଶାଣୀ ଲବଣ ସତ୍ୟାଗ୍ରହ ପରିସରରେ ମହାଡ଼ମ୍ବର ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ଏକ ‘ସାମ୍ବାଦିକ ସମ୍ମିଳନୀ’ ଉତ୍ସବର ସଭାପତି ଆଡ଼୍ଭୋକେଟ୍ ଅଶୋକ କୁମାର ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବକାଶରେ ଏବର୍ଷର ବହୁଚର୍ଚ୍ଚିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସ ଂପର୍କରେ ଅନୁଷ୍ଠାନର ସାଧାରଣ ସଂପାଦକ ଭାଗବତ ସାହୁ ବିଖ୍ୟାତ ଷ୍ଟାର କଳାକାର ଅଭିଜିତ୍ ମଜୁମ୍ଦାର, ବିଷ୍ଣୁମୋହନ କବି, ୟୁଟ୍ୟୁବର ରାଜୁ ଏବଂ ଟୁକୁନା ତଥା ଯାତ୍ରା ଧମାକାରେ ବହୁସଂଖ୍ୟାର ସ୍ଥାନୀୟ ୫୦ଖଣ୍ଡ ଗାଁର ଜନସମାଗମ ହେବାର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ନବମ ବୈଶାଖୀ ଉତ୍ସବର ପ୍ରଥମ ସନ୍ଧ୍ୟାକୁ ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଉଦ୍ଘାଟନ କରୁଥିଲାବେଳେ ୨ୟ ସନ୍ଧ୍ୟାରେ ଐତିହାସିକ ୩୮ବର୍ଷର ଅଗଣିତ ଜନସମାଗମର ଉଡ଼ାଯାତ୍ରାକୁ ପ୍ରାକ୍ତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୩ୟ ସନ୍ଧ୍ୟାକୁ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ୍ତ ପଣ୍ଡା, ମହିଳାମାନଙ୍କ ଉଦ୍ଦେଶ୍ୟରେ ୪ର୍ଥ ସନ୍ଧ୍ୟାକୁ ବାଲେଶ୍ୱର ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ୫ମ ସନ୍ଧ୍ୟାକୁ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ କୁମାର ଷଡ଼ଙ୍ଗୀ ଏବଂ ୬ଷ୍ଠ ସନ୍ଧ୍ୟାକୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲାବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବାଲେଶ୍ୱର ଓକିଲ ସଂଘର ସଭାପତି ରଘୁନାଥ ପ୍ରଧାନ, ସଂପାଦକ ସଂବିତ୍ କୁମାର ନନ୍ଦୀ, ଆଡ଼୍ଭୋକେଟ୍ ପର୍ଶୁରାମ ପ୍ରଧାନ, ପ୍ରାକ୍ତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ସଂପ୍ରତି ବ୍ରିଟ୍ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଦାସ, ସଦର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ବେହେରା, ସମିତି ସଦସ୍ୟ ଶ୍ରୀଯୁକ୍ତ ସୂର୍ଯ୍ୟ କୁମାର ମିଶ୍ର, ‘ଆଜିକାଲି’ର ପ୍ରକାଶକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ମହାନ୍ତି, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସାରଗାଁ ସରପଞ୍ଚ ସାବିତ୍ରୀ ଶତପଥୀ, ସମାଜସେବୀ ବିକ୍ରମ ପଣ୍ଡା, ଉଦ୍ୟୋଗପତି ମୌସୁମ କୁମାର ସିଂ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାୟକ ଓ ନରେନ୍ଦ୍ର ଦାସ, ଗବେଷକ ଡ. ରାଧାରଞ୍ଜନ ପଟ୍ଟନାୟକ, ନାଏବ ସରପଞ୍ଚ ମନ୍ମଥ ମାଝୀ ପ୍ରମୁଖ ଉତ୍ସବର ସଦସ୍ୟ-କର୍ମକର୍ତ୍ତାମାନଙ୍କର ଉପସ୍ଥିତି ରହିବ ବୋଲି କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବ ସୂଚନା ଦେଇଥିଲେ ।
ଏହି ଅବସରରେ ସ୍କୁଲ୍ ଓ କଲେଜ୍ସ୍ତରୀୟ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ସଂପାଦନା କରାଯାଇ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ବର୍ଗର ପୁରସ୍କାର ପ୍ରଦାନ କରାଯିବାର ଘୋଷଣା ଉତ୍ସବର କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ ଦୀର୍ଘ ସପ୍ତାହବ୍ୟାପୀ ବୈଶାଖୀ ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବରେ କାବ୍ୟଶିଳ୍ପୀ ତଥା ବିଖ୍ୟାତ ସଂଗ୍ରାହକ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସଙ୍କ ଐତିହାସିକ ଫଟୋସଂଗ୍ରହର ଅପୂର୍ବ ମିଳନୀ ଗ୍ୟାଲେରୀ ପ୍ରଦର୍ଶିତ କରାଯିବ ।


