ଦେବୀତି ଗ୍ରାମ ନିକଟସ୍ଥ ଜଙ୍ଗଲରେ ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତଥା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଦେବୀତି ଗ୍ରାମ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗି ଗଛ ଲତା ପୋଡି ଯାଇଥିବାର ଦେଖିବାକୁ ମିଳିଛି । ଗତକାଲି ପ୍ରାୟ ୫ ଘଣ୍ଟା ସମୟରେ ଉଲ୍ଲେଖିତ ସ୍ଥାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିବାର ଦେଖିଥିଲେ ଗ୍ରାମବାସୀ । ଏନେଇ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇ ଗୋଟି ଦମକଳ ଗାଡି ସହ କର୍ମଚାରମୀନେ ଆସି ନିଆଁକୁ ଆୟତ କରିଥିଲେ । ଯଦି ଏପରି ନିଆଁ ଜଙ୍ଗଲରେ ଲାଗି ରହିଥାନ୍ତା ତେବେ ନିକଟରେ ଥିବା ଜନବସତି ବ୍ୟାପିଥାନ୍ତା । ଦମକଳବାହିନୀ ସମୟଚିତ ପଦକ୍ଷେପକୁ ନେଇ ପ୍ରଶଂସା କରାଯାଉଛି । ତେବେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥାଇପାରନ୍ତି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ