ବାଙ୍କେଶ୍ୱରୀ ଘାଟି ରେ ଓଲଟିଲା ଡାଲା ଅଟୋ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  ମା ସିଦ୍ଧ ବାଙ୍କେଶ୍ୱରୀ ଘାଟି ରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଟା ରେ ଏକ ଡାଲା ଅଟୋ ନଂ.(ଓ ଡି ୦୭ ଏଫ୍ -୦୭୮୦) ଓଲଟି ପଡ଼ିବାରୁ ୧୭ ଜଣ ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଥିବା ଜଣାପଡିଛି। ଗୁରୁତର ମାନେ ହେଲେ ସାନଖେମୁଣ୍ଡି ବ୍ଲକ ପି.କରଡ଼ାକଣା  ଗ୍ରାମର ବନ୍ଦନା ନାୟକ,ପ୍ରଭାକର ନାୟକ,ଅପରାଜିତା ନାୟକ,ସାବିତ୍ରୀ ନାୟକ,ପାର୍ବତୀ ନାୟକ, ବବୁଲ ନାୟକ, ରଘୁନାଥପୁର ଗ୍ରାମର ବବି ନାୟକ, ସୁଚିତା ନାୟକ,ଅନିଶା ନାୟକ ଏବଂ ରକ୍ତପଦା ଗ୍ରାମର ଗଙ୍ଗା ମଲ୍ଲିକ।  ଚୈତ୍ର ମଙ୍ଗଳବାର ଉପଲକ୍ଷେ ମା ଙ୍କ ପୀଠ ରେ ମୁଣ୍ଡନ କାର୍ଯ୍ୟ ନିମନ୍ତେ ଭୋଜି ଖାଇ ସେମାନେ ଡାଲା ଅଟୋ ରେ ଫେରୁଥିବା ବେଳେ ପିଲିକାଡିହ ଗ୍ରାମ  ମଗୁରାନାଳ ନିକଟ ଘାଟି ରେ ଅସାବଧାନତା କାରଣରୁ ଡାଲା ଅଟୋ ଟି ଘାଟି ର ପ୍ରାୟ ୬ ଫୁଟ ତଳକୁ ଓଲଟି ପଡିଥିଲା।ଖବର ପାଇ ଦିଗପହଣ୍ଡି ଥାନା  ଏସ ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳ ରେ ପହଞ୍ଚି ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ଆହାତ ଓ ଗୁରୁତର ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ। ୧୦ ଗୁରୁତର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଡାଲା ଅଟୋ  କୁ ଜବତ କରି ମକଦ୍ଦମା ରୁଜୁକରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ