ଅନୁଗୋଳ ରେ ପୁଲିସ ପ୍ରତିଷ୍ଠା ଦିବସ ପାଳନ
ଅନୁଗୋଳ, : ଅନୁଗୋଳ ଜିଲା ପୋଲିସ ପକ୍ଷରୁ ଛେଳିଆପଡ଼ା ସ୍ଥିତ ରିଜର୍ଭ ପଡ଼ିଆରେ ସୋମବାର ସକାଳେ ୮୪ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପରେଡ୍ରେ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀ, କର୍ମଚାରୀ, ଏସ୍ଟିଭି ଓ ପୋଲିସକୁ ସହଯୋଗ କରିଥିବା ସାଧାରଣ ଲୋକଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଜିଲାର ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଥାନା ଅଧିକାରୀ, ପୋଲିସ ଟ୍ରେନିଂ କଲେଜ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ରିଜର୍ଭ ପଡିଆରେ ପ୍ରଥମ ଥର ପାଇଁ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ପୂର୍ବରୁ ଅନୁଗୋଳ ପୋଲିସ ଟ୍ରେନିଂ କଲେଜଠାରେ ଏହା ପାଳନ କରାଯାଉଥିଲା।