ପୂଜାରୀପୁଟ କ୍ରିକେଟ ପ୍ରତିଯୋଗିତାରେ ଚାଟୁଆ ଚମ୍ପିଆନ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) :କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ପୂଜାରୀପୁଟ ଗ୍ରାମରେ ଗତ ୮ ତାରିଖରୁ ଚାଲିଥିବା ଜୟ ମା କାଳୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଚାଟୁଆ କ୍ରିକେଟ ଦଳ କୁଲାବିର କ୍ରିକେଟ ଦଳକୁ ୧୦ ରନ୍ ରେ ହରାଇ ଚମ୍ପିୟାନ ହୋଇଛି। ଅତିଥି ଭାବେ ସାମାଜିକ କର୍ମୀ ଆକାଶ ଖିଲ, ଅନ୍ତର୍ଯ୍ୟାମୀ ଗୁଣ୍ଠା, ବିଶ୍ୱନାଥ ମହାନ୍ତି, ଆପନା ପାଙ୍ଗି, କାମେଶ୍ୱର ଆମିଡି, ସନ୍ତୋଷ ମହାନ୍ତି ଟୁଟୁ ମହାନ୍ତି ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଖେଳୁଆଡ ମନୋଭାବ ଧରି ସମସ୍ତ ଦଳ ଶୃଙ୍ଖଳାର ସହ ପ୍ରତିଯୋଗିତାକୁ ସଫଳ କରିଥିବାରୁ ଆୟୋଜକ ଦଳକୁ ପ୍ରଶଂସା କରିଥିଲେ।ମ୍ୟାଚ୍ ପରିଚାଳନା ଅମର ଓ ଅସୀମ କରିଥିବା ବେଳେ ପ୍ରତିଯୋଗିତା ପରିଚାଳନା ପୂଜାରୀ ପୁଟ ଗ୍ରାମର ଯୁବଗୋଷ୍ଠୀ କରିଥିଲେ।


