ଆଜି ଅନ୍ତର୍ଜାତୀୟ ଯୋଗ ଦିବସ
ଆସିକା (ୱାଇଏନ୍ଏସ୍): ଜନସାଧାରଣଙ୍କୁ ଯୋଗର ଉପକାରିତା ବିଷୟରେ ସଚେତନ କରାଇବା ପାଇଁ ଆସନ୍ତାକାଲି ଅର୍ଥାତ୍ ଜୁନ୍ ମାସ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଯୋଗ ଓ ପ୍ରାଣାୟମ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିଲା ବେଳେ ଏହାକୁ ଦୈନନ୍ଦିନ ଜୀବନରେ ପରିଗଣିତ କରି ସୁସ୍ଥ ସମାଜ ଗଠନର ପ୍ରେରଣା ଦେଇଚାଲିଛନ୍ତି ଆସିକା କଇଁଫୁଲିଆ ଛକ ନିକଟରେ ଥିବା ଅଗ୍ରଣୀ ବେସରକାରୀ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ର ତଥା ଶିଶୁ ଯୋଗ ସାଧକ ପ୍ରାରବ୍ଧ ନାୟକ। ଦୁନିଆର ସବୁଠାରୁ ବଡ ସୁଖ ହେଲା ନିରୋଗ ଜୀବନ। ସ୍ୱାସ୍ଥ୍ୟ ଠିକ୍ ନଥିଲେ ସବୁ ଅସାର। ଅସହାୟ ମଣିଷ ମୃତ୍ୟୁ ଆଗରେ ହାର ମାନିଛି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଣିଷ ପାଣି ପରି ଟଙ୍କା ଖର୍ଚ୍ଚ କରି ବିଫଳ ହେଉଥିବା ବେଳେ ବିନା ଖର୍ଚ୍ଚରେ ଯୋଗ ଓ ପ୍ରାଣାୟମ୍ ମାଧ୍ୟମରେ କିପରି ନିରୋଗ ଜୀବନ ଯାପନ କରି ହେବ ତାହା କରି ଦେଖାଉଛନ୍ତି ଆସିକା ବ୍ଳକ ଅଧିନସ୍ଥ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିିଶିଳ୍ପ ନୁଆଗାଁର ସମାଜସେବୀ ଦୟାନିଧି ନାୟକ ଓ ରମ୍ଭାବତୀ ନାୟକଙ୍କ ପୁତ୍ର ତଥା ଯୋଗସାଧକ ପ୍ରାରବ୍ଧ ନାୟକ। ସୁସ୍ଥ ତଥା ନିରୋଗ ଜୀବନ ପାଇଁ ସାଧାରଣ ଜନତା ପ୍ରାୟତଃ ସଂଘର୍ଷ କରୁଥିଲା ବେଳେ କୁନି ବୟସରେ କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରାରବ୍ଧ ନାୟକ ନିଜେ ନିୟମିତ ଯୋଗ ପ୍ରାଣାୟମ୍ କରି ସୁସ୍ଥ ତଥା ଫିଟ୍ ରହିବା ସହ ଅନ୍ୟକୁ ଶିକ୍ଷା ଦେବା ସମାଜ ପାଇଁ ପ୍ରେରଣା ଦାୟକ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି। ଯୋଗ ପ୍ରାଣାୟମ୍ ଦ୍ୱାରା ଯେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଶକ୍ତିର ବିକାଶ ହୁଏ ଏଥିରେ ସନ୍ଦେହ ନାହିଁ। ନିଜର ଅଧ୍ୟବସାୟ ବଳରେ ଯୋଗ ଓ ପ୍ରାଣାୟମ୍କୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି ଶିଶୁ ଯୋଗ ସାଧକ ପ୍ରାରବ୍ଧ ନାୟକ । ମକରାସନ, ଭୂଜଙ୍ଗାସନ, ସଲଭାସନ, ଧନୁରାସନ, ଅର୍ଧହଳାସନ, ନୌକାସନ, ପବନମୁକ୍ତାସନ, ଦନ୍ତାଚକ୍ରୀଆସନ, ପାଦବ୍ରୁତାସନ, ମର୍କଟାସନ, ଶବାସନ, ସଶକାସନ, ମଣ୍ଡୁକାସନ, ସିଂହାସନ ସହିତ ଭସ୍ତ୍ରୀକା ପ୍ରାଣାୟମ୍, କପାଳଭାତୀ ପ୍ରାଣାୟମ୍, ବାହ୍ୟ ପ୍ରାଣାୟମ୍, ଉଜ୍ଜିୟୀ ପ୍ରାଣାୟମ୍, ଅନୁଲୋମ୍ ବିଲୋମ୍ ପ୍ରାଣାୟମ୍, ଭ୍ରାମରୀ ପ୍ରାଣାୟମ୍, ଉଦଗୀତ୍ ପ୍ରାଣାୟମ୍, ପ୍ରଣବ ପ୍ରାଣାୟମ୍ ଏମିତି ଅନେକ କିଛି କରି ଦେଖାଉଛନ୍ତି କୁନି ଯୋଗସାଧକ ପ୍ରାରବ୍ଧ ନାୟକ। କୁନି ବୟସରୁ ଏହି ନିଷ୍ଟା ଓ ଦୃଢ ଇଛା ଶକ୍ତି ବଳରେ ସବୁ କିଛି ଆୟତ୍ତ କରିପାରିଛି ବୋଲି ଶିଶୁ ଯୋଗ ସାଧକ ପ୍ରାରବ୍ଧ ନାୟକ ପ୍ରକାଶ କରିଛନ୍ତି। କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା ମୁଖ୍ୟ ବିରୁପାକ୍ଷ ସାମନ୍ତରାୟଙ୍କ ଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଏଥିରେ ଶିଶୁ ଯୋଗ ସାଧକ ପ୍ରାରବ୍ଧ ନାୟକଙ୍କୁ ସହଯୋଗ କରୁଥିବା ବେଳେ ନିୟମିତ ପାଠପଢିବା ସହ ଅନ୍ୟ ଛୋଟ ପିଲାଙ୍କୁ ସେ ଯୋଗଶିକ୍ଷା ଦେଉଥିବା ଲକ୍ଷ୍ୟ କରାଯାଇଛି। ଶିଶୁ ଯୋଗ ସାଧକ ପ୍ରାରବ୍ଧ ନାୟକଙ୍କ ଏହି ସାଧନା ସମାଜ ପାଇଁ ପ୍ରେରଣା ହୋଇଥିବା ବେଳେ ଯୁବ ସମାଜ ପାଇଁ ଉଦାହରଣ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି।


