ମା’ସିଦ୍ଧଚଣ୍ଡି ପାଠାଗାରର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନଗାଁ ସ୍ଥିତ ମା’ ସିଦ୍ଧଚଣ୍ଡି ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାଞ୍ଚଳ ରେଳ ବିଭାଗର ଅବସରପ୍ରାପ୍ତ ଯନ୍ତ୍ରୀ ବିଭୁତିଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ଶୁଭଙ୍କର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥରବା ବେଳେ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରଧାନଶିଷ୍ୟ ତଥା ଶିଶୁ ଅନନ୍ତ ଆଶ୍ରମର ପରିଚାଳକ ଗୋପାଳ ଦାସ ମୁଖ୍ୟବକ୍ତା, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପତି, କରୁଣାକର ସ୍ୱାଇଁ, ନାରାୟଣ ସ୍ୱାଇଁ, ଗଜେନ୍ଦ୍ର କୁମାର ମହାନ୍ତି, ସରୋଜକାନ୍ତ ସାମଲ ଓ ମଦନମୋହନ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ପାଠାଗାରର ଆବଶ୍ୟକତା, ଚରିତ୍ର ଗଠନ ଏବଂ ସତ୍‌ମାର୍ଗରେ ପରିଚାଳିତ ହେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ଦାସ ଦିବ୍ୟବାଣୀ ପ୍ରଦାନ କରିଥିଲେ । ସଶ୍ମିତା ରାଉତ, ବର୍ଷାପ୍ରିୟଦର୍ଶିନୀ ସାମଲ, ପ୍ରଜ୍ଞାଶ୍ରୀ ମଣ୍ଡଳ ପ୍ରମୁଖ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ନାଟକ “ବୁଢାଶଙ୍ଖାରୀ” ପରିବେଷଣ କରାଯାଇଥିଲା । ସଂଯୋଜକ ପର୍ଶୁରାମ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭୁତି ଭୂଷଣ ମହାନ୍ତି ସ୍ୱାଗତ ଭାଷଣ ଏବଂ ମନୋଜ କୁମାର ବାରିକ ମଞ୍ଚ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ