ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଶୃତିର ଜିଲ୍ଲା ପ୍ରତିନିଧି ସଚ୍ଚିଦାନନ୍ଦ ବେହେରାଙ୍କ ପିତା ପିତାମ୍ବର ବେହେରାଙ୍କର ୮୬ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ତାଙ୍କ ମଢିଆଳ(ପୁରୁଣା ମଟରଷ୍ଟାଣ୍ଡ ନିକଟ)ସ୍ଥିତ ବାସଭବନରେ ମଙ୍ଗଳବାର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୁ, ଝିଅ,ଜ୍ୱାଇଁ, ନାତି, ନାତୁଣୀ ଓ ପରିବାର ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ବିୟୋଗ ଖବର ପାଇ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରଣପଡା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସଚ୍ଚିଦାନନ୍ଦ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ