ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍ର ଶୁଭାରମ୍ଭ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଡାବର କମ୍ପାନୀର ଅଗ୍ରଣୀ ଇନ୍ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ‘ଏନର୍ଜାଇଜ୍ ଇଣ୍ଡିଆ’ ନାମକ ଏକ ବିଶାଳ କ୍ୟାମ୍ପେନର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି କ୍ୟାମ୍ପେନର ଅଂଶ ଭାବେ ଡାବର ଗ୍ଲୁକୋଜ ପକ୍ଷରୁ ଗତ ଗୁରୁବାର ଦିନ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଶକ୍ତି ଓ ସାମର୍ଥ୍ୟର ପରିଚାଳନା ପ୍ରସଙ୍ଗ ଉପରେ ଏକ ସ୍ୱତନ୍ତ୍ର ସଚେତନତା ଅଧିବେଶନର ପରିଚାଳନା କରାଯାଇଥିଲା ଯେଉଁଥିରେ ଏହି କ୍ଷେତ୍ରର ପ୍ରତିଷ୍ଠିତ ଡାକ୍ତର ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି ଅଧିବେଶନ କ୍ରୀଡାବିତ୍ମାନଙ୍କୁ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ଓ ନିଜର ପୂର୍ଣ୍ଣ କ୍ଷମତାକୁ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମୂଲ୍ୟବାନ ତଥ୍ୟ ଓ ରଣନୀତି ପ୍ରଦାନ କରିଥିଲା । ଡାବର ପକ୍ଷରୁ ଏହି ଏକାଡେମିର ଅନେକ ଶୀର୍ଷ ଆଥ୍ଲେଟମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ଏହି କ୍ୟାମ୍ପେନ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡର କର୍ପୋରେଶନ କମ୍ୟୁନିକେଶନ୍ସ ବିଭାଗର ମ୍ୟାନେଜର ଦିନେଶ କୁମାର କହିଛନ୍ତି, “ ଆମେ ଯୁବ କ୍ରୀଡବିତଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ନିଜର କ୍ରୀଡାରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକୀୟ ଶକ୍ତି ପ୍ରଦାନ କରିବା ଲାଗି ଆମର ‘ଏନର୍ଜାଇଜ୍ ଇଣ୍ଡିଆ’ କ୍ୟାମ୍ପେନର ଶୁଭାରମ୍ଭ କରି ଖୁସି ଅନୁଭବ କରୁଛୁ । ଏକ ବ୍ରାଣ୍ଡ ଭାବେ ଡାବର ଗ୍ଲୁକୋଜ କ୍ରୀଡାବିତ୍, କ୍ରୀଡା ଉତ୍ସାହୀ ଓ ଏକ ସକ୍ରିୟ ଜୀବନଶୈଳୀକୁ ଅନୁସରଣ କରୁଥିବା ଲୋକମାନଙ୍କ ପାଇଁ ଏକ ଉପଯୁକ୍ତ ଫିଟ୍ ଅଟେ । ଏହି ଉତ୍ପାଦକୁ ତତ୍କାଳ ଶକ୍ତି ବୃଦ୍ଧି ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି, ଯାହା ଶାରୀରିକ ଗତିବିଧିରେ ନିୟୋଜିତ ବ୍ୟକ୍ତିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ସୁନୀତା ବର୍ମାଙ୍କ ଦ୍ୱାରା ପରିଚାଳିତ ଏହି ଏନର୍ଜି ସେଶନଗୁଡିକରେ ଉନ୍ନତ ପ୍ରଦର୍ଶନ ନିଶ୍ଚିତ କରିବା ପାଇଁ ଯୁବ କ୍ରୀଡାବିତମାନଙ୍କୁ ଉପଯୁକ୍ତ ପୋଷଣ ଓ ହାଇଡ୍ରେଶନର ମହତ୍ୱ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅଧିବେଶନରେ ସହନଶକ୍ତି ଓ ସାମର୍ଥ୍ୟକୁ ଉନ୍ନତ କରିବା ପାଇଁ ଟିପ୍ସ ଓ ଟେକ୍ନିକ ଅନ୍ତର୍ଭୁକ୍ତ ଥିଲା, ଯାହା କୌଣସି କ୍ରୀଡାବିତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କୁମାର ଆହୁରି ମଧ୍ୟ କହିଛନ୍ତି, “ଡାବର ଗ୍ଲୁକୋଜ ସବୁବେଳେ ଯୁବପିଢିଙ୍କ ମଧ୍ୟରେ ଏକ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ରହିଛି । ଯୁବ କ୍ରୀଡାବିତଙ୍କ ସହିତ ଏହି ସହଭାଗିତା ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ । ଏହାର ସତେଜ ସ୍ୱାଦ ଓ ତତ୍କାଳ ଶକ୍ତି ବୃଦ୍ଧି ସହିତ ଡାବର ଗ୍ଲୁକୋଜ ହେଉଛି ଶକ୍ତିସମ୍ପନ୍ନ ରହିବା ଏବଂ ନିଜର ସର୍ବୋତମ ପ୍ରଦର୍ଶନ ଦେବା ପାଇଁ ଯୁବ କ୍ରୀଡାବିତଙ୍କ ପାଇଁ ଏକ ଉପଯୁକ୍ତ ପସନ୍ଦ ।