ପାନୀୟ ଜଳ ବିତରଣ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଷ୍ଟେଟବ୍ୟାଙ୍କ ପେନସନର୍ସ ଏସୋସିଏସନ ଓ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଶାଖା ଆନୁକୁଲ୍ୟରେ ସ୍ଥାନୀୟ ମୀର୍ଜାପୋଖରୀ ଚନ୍ଦନ ଯାତ୍ରାରେ ଲୋକମାନଙ୍କୁ ପ୍ରତିବର୍ଷ ପରି ପାନୀୟ ଜଳ ଯୋଗାଇଦେବାପାଇଁ ବ୍ୟବସ୍ଥା କରାଯାଇଛି । ତା ୨୨-୦୫-୨୪ ରୁ ୨୩-୦୫-୨୪ ପର୍ଯ୍ୟନ୍ତ ଦୁଇଦିନ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଏସୋସିଏସନର ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଆରମ୍ଭ କରାଯାଇଛି । ଏହି ଉଦ୍ଦେଶ୍ୟରେ ଦିଆଯାଇଥିବା ଷ୍ଟଲକୁ ଅବସର ପ୍ରାପ୍ତ ଚିଫ୍ ମ୍ୟାନେଜର ଶ୍ରୀଯୁକ୍ତ ତୁଳସୀ ରଞ୍ଜନ ମିଶ୍ର ଓ ବାଲେଶ୍ୱର ଜୋନାଲ ଅଫିସ ବର୍ଲାବାଡିଆ ଯୁଗ୍ମ ଭାବରେ ଉଦଘାଟନ କରିବା ପରେ ଜଳ ବିତରଣ କରାଯାଇଥିଲା । ବାଲେଶ୍ୱର ରିଜିଓନାଲ ଅଫିସ ର ରିଜିଓନାଲ ମ୍ୟାନେଜର ଶ୍ରୀଯୁକ୍ତ ଯଶୋବନ୍ତ ଦାଶ, ବାଲେଶ୍ୱର ମୁଖ୍ୟ ଶାଖାର ପ୍ରବନ୍ଧକ ଶ୍ରୀଯୁକ୍ତ ଶୁଭେନ୍ଦୁ ପଣ୍ଡାଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଗୌରାଙ୍ଗ ମଲ୍ଲିକ, ଅଶୋକ ସାହୁ, ଗଣେଶ ଚନ୍ଦ୍ର ଜେନା,ମାନସ କୁମାର ମହାପାତ୍ର, ପରମାନନ୍ଦ ଦେ, ସନ୍ତୋଷ କୁମାର ଦାସ, ପ୍ରଫୁଲ୍ଲ କୁମାର ଦାସ, ପରେଶ ଚନ୍ଦ୍ର ଦାଶ, ନିତ୍ୟାନନ୍ଦ ରାଉତ, ନିଖିଲ ଆସ୍‌, ରମାକାନ୍ତ ମହାନ୍ତି, ବିଜୟ କୁମାର ନାୟକ, ଅନିରୁଦ୍ଧ ବେହେରା, ଦିବାକର ମାଝୀ, ପ୍ରଫୁଲ୍ଲ ପାତ୍ର, ଗଣେଶ ଚନ୍ଦ୍ର ମହାନ୍ତି, ପ୍ରଦୀପ ମିଶ୍ର, ପରମାନନ୍ଦ ବେହେରା, ଅଶୋକ ଦାସ, ରାଜେଶ ବେହେରା, ଅରୁଣ କୁମାର ପାଢୀ, ବିଶ୍ୱନାଥ ସୋରେନ, ରଜନୀକାନ୍ତ ବେହେରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ