କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗ । କୋମଳମତି ଶିଶୁ ଠାରୁ ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି । ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା । ଆଜି ଜାତୀୟ ନ୍ୟାସନାଲ କ୍ୟାନସର ସର୍ଭାଇଭର ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖକର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାଶ । ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ଆୟୋଜିତ ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧାମାନଙ୍କୁ ସମ୍ମାନୀତ କରାଯାଇଛି । ପ୍ରଥମେ ସମସ୍ତ ଅତିଥି ଓ କର୍କଟ ଯୋଦ୍ଧାମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ଏସ.ଇ. ତଥା କର୍କଟ ଯୋଦ୍ଧା ଇଂ. ଗୋପାଳକୃଷ୍ଣ ପଣ୍ଡା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଏମ୍‌.କେ.ସି.ଜି. ମେଡିକାଲ କଲେଜ ଓ ହସପିଟାଲର ଚେଷ୍ଟ ଓ ଟିବିର ଆସିଷ୍ଟାଣ୍ଟ ପ୍ରଫେସର ଡ. ପ୍ରୀୟଜିତ୍ ଜେନା, ବିଶାଖପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର୍‌ର ରେଡିଆସନ୍ ଅଙ୍କୋଲୋଜି ମୁଖ୍ୟ ଡା. କାହ୍ନୁଚରଣ ପାତ୍ର ଓ ଆମ୍ବପୁଆ ସ୍ଥିତ ଚିରାଗ ଗ୍ଲୋବାଲ ସ୍କୁଲର ଚେୟାରମେନ ଇଂ. ଜିତେନ୍ଦ୍ର କୁମାର ପଣ୍ଡା ଯୋଗଦେଇ କର୍କଟ ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ । କର୍କଟ ରୋଗରେ ପୀଡିତ ରୋଗୀ କେବେ ବି ଭୟଭୀତ ନ ହେବାପାଇଁ ପରାମର୍ଶ ଦେଉଥିଲେ ମୁଖ୍ୟ ଅତିଥି ଇଂ ପଣ୍ଡା । କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତିଥିବା ଯୋଦ୍ଧା ପୀଡିତ ମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ । କ୍ୟାନସର ରୋଗୀମାନେ ଅନ୍ୟ ରୋଗୀମାନଙ୍କ ପ୍ରେରଣା ହୁଅନ୍ତୁ ବୋଲି କହିଛନ୍ତି ମୁଖ କର୍କଟ ରୋଗୀ ଡଃ ଦାଶ । ଏହି ପରିପ୍ରେକ୍ଷିରେ ବ୍ରହ୍ମପୁର ସମର ଫେଷ୍ଟିଭାଲ ନାମରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ୫୦୦ ଜଣ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ \”ଜୀବନ ଯୁଦ୍ଧରେ ବିଜୟୀ’ ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନରେ କୋହ ସୃଷ୍ଟି କରିପାରିଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ, ରାଜାରାମ ପାଢ଼ୀ, ସରୋଜ କୁମାର ସାହୁ, ଚର୍ଚ୍ଚିକା ଦାଶ, ସି୍ନଗ୍ଧା ମହାରଣା, ଅନିଲ କୁମାର ସେଠୀ, ମିନତୀ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଧନଞ୍ଜୟ ପାଣିଗ୍ରାହୀ, ମାନସ ରଥ, ଏମ୍‌. ମାଧବ ପାତ୍ର, ଚିନ୍ନୟାନନ୍ଦ ଦାଶ, ଶୁଭ୍ରାଂଶି ମହାରଣା ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ