ପାରଳାରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେନି ବ୍ୟବସାୟୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆମ୍ବୁଲାନ୍ସ ଏକ ଜରୁରୀ ଓ ଆପାତକାଳୀନ ସେବା ଅଟେ. ହେଲେ ପାରଳାଖେମୁଣ୍ଡିରେ କିଛି ବ୍ୟବସାୟୀ ନିଜ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ନିଜ ନିଜର ଦୋକାନ ସାମଗ୍ରୀ ଓହ୍ଲାଇବା ପାଇଁ ଗାଡିକୁ ରାସ୍ତା ସ୍ତା ମଝିରେ ଘଣ୍ଟା ଘଣ୍ଟା ଧରି ରଖୁଛନ୍ତି। ଏପ ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡୁନାହାନ୍ତି । ପାରଳାଖେମୁଣ୍ଡିରେ ଅବକାରୀ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ପରିକ୍ରମା କରିଥିଲା I ଏଥ୍ ନିମନ୍ତେ ଏକ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରିଥିବା ଏହି ସଚେତନତା ଶୋଭାଯାତ୍ରା ବଜାରଛକ ଦେଇ ରାଜଦାଣ୍ଡ ପରିକ୍ରମା କରୁଥିବା ବେଳେ ପଛରେ ଆସୁଥିବା ଆମ୍ବୁଲାନ୍ସ ଆସୁଥିବା ବେଳେ କିଛି ବ୍ୟବସାୟୀ ମ୍ୟାକ୍ସ ପିକ୍ଅପ୍ ଗାଡି ରାସ୍ତା ମଝିରେ ରଖ୍ ଜିନିଷ ଓହ୍ଲାଉଥିଲେ | ଶୋଭାଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀ ଓ ଅନ୍ୟମାନେ ବହୁ କଷ୍ଟରେ ବ୍ୟାନର ଓ ପ୍ଲାକାର୍ଡ ଧରି କୌଣସି ମତେ ଅତିକ୍ରମ କରିଥିଲେ । ହେଲେ ବ୍ୟବସାୟୀ ପ୍ରତିଷ୍ଠାନର ଦୁଇଟି ଗାଡି ରାସ୍ତା ମଝିରେ ଜିନିଷ ଓହ୍ଲାଉଥିବା ଯୋଗୁଁ ଆମ୍ବୁଲାନ୍ସ ବହୁ ସମୟ ଧରି ଅଟକିବାକୁ ବାଧ୍ୟ ହୋଇଥିଲା I ପାରଳାଖେମୁଣ୍ଡି ସହରରେ ଏଭଳି ଦୃଶ୍ୟ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ଅଭି ହୋଇଛି। ଅନ୍ୟପକ୍ଷରେ ବ୍ୟବସାୟୀଙ୍କ ପ୍ରତି ପ୍ରଶାସନ ଓ ପୁଲିସର ନରମ ମନୋଭାବ ଯୋଗୁଁ ସେମାନଙ୍କ ଦୌରାତ୍ମ୍ୟ ବଢୁଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।


