ମୋହନାର ହୋଟେଲରୁ ୧୫ ଫୁଟର ଅହିରାଜ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିକଟସ୍ଥ ଅନ୍ନପୂର୍ଣ୍ଣା ହୋଟେଲରୁ ୧୫ ଫୁଟର ଏକ ବିଶାଳ ଅହିରାଜ ସାପ ଉଦ୍ଧାର କରାଯାଇଛି. ଗୁରୁବାର ଦିନ ସାପଟି ହୋଟେଲର ପଛ ଭାଗରେ ଥିବା ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ ହୋଟେଲ କର୍ମଚାରୀ। ଏହାପରେ ବନପାଳ ଦେବାଶିଷ ଶତପଥୀଙ୍କ ନେତୃତ୍ବରେ ସ୍ନେକ ରେସକ୍ୟୁଟିମର ସଦସ୍ୟ ଅନ୍ତର୍ଯ୍ୟାମୀ ବେହେର୍ଦ୍ଦଳାଇ ଏବଂ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ଅହିରାଜକୁ ଉଦ୍ଧାର କରିଥିଲେ I ଉଦ୍ଧାର ପରେ ସାପକୁ ସହରରୁ ୧୫ କିଲୋମିଟର ଦୂରରେ ଥ‌ିବା ଜଙ୍ଗଲରେ ଛାଡି ଦିଆଯାଇଛି | ଅହିରାଜ ସାପ ବିରଳ ଥିବା ବେଳେ ଏହାକୁ ଦେଖୁବାକୁ ଲୋକଙ୍କ ଭିଡ଼ ଜମିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ