ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଦୃଢ ବିରୋଧ ଓ କ୍ଷୋଭ ପ୍ରକାଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନକୁ ତାତ୍ସଲ୍ୟ କରି ପରିବେଷଣ କରିଥିବା ଦୁଇ ଗୀତିକାର ରୁକୁସୁନା ଓ ହ୍ୟୁମାନ ସାଗରଙ୍କ ଆଚରଣକୁ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ନିନ୍ଦା, ଦୃଢ ବିରୋଧ ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରାକରଙ୍କୁ କହିଛନ୍ତି ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ । ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ସଙ୍ଗୀତକୁ ତଥା ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବାର କାହାର ଅଧିକାର ନାହିଁ ବୋଲି ଅଧ୍ୟକ୍ଷଙ୍କ ସମେତ ସଂଯୋଜକ ନାରାୟଣ ଓଝା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ରମେଶ ପାତାଳସିଂ, ଡ. ପ୍ରଦୀପ ବିଶ୍ୱାଳ ପ୍ରମୁଖ ମତବ୍ୟକ୍ତ କରିବା ସହିତ ଏ ପ୍ରକାର ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ।


