ବିଜେଡ଼ି ନେତା ସ୍ବର୍ଗତ ସୁରେନ୍ଦ୍ର ନାଥ ନାୟକଙ୍କ ସ୍ମୃତି ସ୍ମରଣିକା ଉନ୍ମୋଚନ କଲେ ରାଜ୍ୟପାଳ

ନିମାପଡ଼ା,(ସନ୍ତୋଷ ଦାଶ):ବିଜେଡ଼ି ନେତା ପୂର୍ବତନ ମନ୍ତ୍ରୀ ତଥା ୭ ଥରର ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ଦ୍ଵାଦଶାହ ଅବସରରେ ତାଙ୍କ ପରିବାର ପକ୍ଷରୁ ଅସ୍ତରଙ୍ଗର ପୀର ଜାହାନିଆ ପୀଠ ଠାରେ ଆଜି ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।ମହାମହିମ
ରାଜ୍ୟପାଳ ରଘୁବର ଦାଶ ଏଠାରେ ପହଂଚି ସ୍ୱର୍ଗତ ସୁରେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଏକ ସ୍ମୃତି ସ୍ମରଣିକା ପୁସ୍ତକ “ସ୍ମୃତିର ଶାମୁକା …ସେବାର ସାରଥୀ “କୁ ଉନ୍ମୋଚନ କରିଥିଲେ । ମହାମହିମ ରାଜ୍ୟପାଳ ସ୍ୱର୍ଗତ ନାୟକ ଙ୍କ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ସୁରବାବୁ ଙ୍କ ପାଈଁ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାଶ, ସଞ୍ଜୟ ଦାସବର୍ମା,କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ରମାରଞ୍ଜନ ବଳିଆର ସିଂ, ପଞ୍ଚାନନ କାନୁନଗୋ, ଶ୍ରୀକାନ୍ତ ଜେନା, ଅମୀୟ କୁମାର ପଟ୍ଟନାୟକ, ଅଂଶୁମାନ ମହାନ୍ତି, ପ୍ରତାପ ଜେନା, ସୁନୀଲ ମହାନ୍ତି, ଆଶିଷ କାନୁନଗୋ ଙ୍କ ସହିତ ବିଭିନ୍ନ ରାଜନୈତିକ ଦଳ ର ନେତା ମାନେ ସ୍ମୃତିସଭା ରେ ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରି, ତାଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ । ସ୍ବର୍ଗତ ଶ୍ରୀ ନାୟକ ଙ୍କ ଦୁଇ ପୁଅ ସ୍ଵାଧୀନ ଓ ସନ୍ତୋଷ
ଉପସ୍ଥିତ ରହି ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆସିଥିବା ଦଳୀୟ କର୍ମୀ, ସ୍ବର୍ଗତ ଶ୍ରୀ ନାୟକ ଙ୍କ ଶୁଭେଶ୍ଚୁ,ଜିଲ୍ଲା ଓ ଜିଲ୍ଲା ବାହାର ର ହଜାର ହଜାର ସମର୍ଥକ, ମାନଙ୍କୁ ସ୍ଵାଗତ କରି ସ୍ମୃତିସଭାକୁ ପାଛୋଟି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ