ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଚିତ୍ରକାର ସାହିସ୍ତ ରାଜଗୁରୁ ମଠ ପ୍ରାଙ୍ଗଣରେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତାରେ ଡ.ରାଜଗୁରୁଙ୍କ ୧୨୨ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସାରିଛି। ଆଗାମି ଅଗଷ୍ଟ ୧୯ ତାରିଖ ଦିନ ହେଵାକୁ ଥିବା ଜୟନ୍ତୀ ଉତ୍ସବରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାରସ୍ଵତ ସାଧକଙ୍କୁ ସମ୍ବର୍ଥନା ସହ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ସ୍ତର ଶ୍ରେଣୀର ତିନି ବର୍ଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏହା ସହିତ ରାଜଗୁରଙ୍କ ସମ୍ପର୍କରେ ଏକ ପ୍ରାଞ୍ଜଳ ଆଲୋଚନା ଚକ୍ର ନିମନ୍ତ୍ରିତ ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେବ। ଏହି ଆଲୋଚନା ଚକ୍ରରେ ବିନୋଦ ଚନ୍ଦ୍ର ଜେନା,ଭାଗବତ ପାଢ଼ୀ,ବିଚିତ୍ରାନନ୍ଦ ବେବର୍ତ୍ତା, ଆଶାଲତା ପାଣିଗ୍ରାହୀ, ଅଶ୍ଵିନୀ ପାଢ଼ୀ,ଜଗଦୀଶ ମହାପାତ୍ର ,ଶଶିଭୂଷଣ ପଟ୍ଟନାୟକ, ମଲିକାର୍ଜୁନ ପଟ୍ଟ ନାୟକ, ତ୍ରିପତି ପ୍ରସାଦ ପଣ୍ଡା ,ଆର୍ତ୍ତତ୍ରାଣ ଚଇନି,ଅରକ୍ଷିତ ଜେନା, ରବିନ୍ଦ୍ର ପଣ୍ଡା ପ୍ରଭୃତି ଯୋଗଦାନ କରି ନିଜନିଜର ମତ ପ୍ରକାଶ କରିଥିଲେ। ସଭା ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଦେଇଥିଲେ।


