ଦୁଷ୍କର୍ମ ପରେ ପିଡିତାଙ୍କୁ ଏଡ୍ସ ଇଞ୍ଜେକସନ ଦେଲା ସଇତାନ
ଗୁରୁଗ୍ରାମ: ଗୁରୁଗ୍ରାମରେ ଚାଞ୍ଚଲ୍ୟ । ଦେଶରେ ଦୁଷ୍କର୍ମ ଥମିବାର ନା ଧରୁନଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ପିଡିତାଙ୍କୁ ଏଚଆଇଭି ଇଞ୍ଜେକସନ ଦେଇଥିବା ଯୁବତୀ ଅଭିଯୋ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗୁରୁଗ୍ରାମରେ ମଥୁରା ନିକଟବର୍ତ୍ତୀ ଅଂଚଳହେର ଯୁବତୀଙ୍କୁ ପ୍ରେମ ନାମକ ଜଣେ ଯୁବକ ଦୁଷ୍କର୍ମ କରିବା ସହ ଅଶ୍ଳିଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା । ଏହାପରେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ଅଭିଯୁକ୍ତ ଯୁବକ ଯୁବତୀଙ୍କୁ ମାଡ ମାରିବା ସହ ଏଡସ ଇଞ୍ଜେକସନ ଦେଇଥିବା କଥା ସେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରୀ ରଖିଛି ।


