ଯୁଦ୍ଧ କାଳୀନ ଭିତତିରେ କ୍ଷତିପୂରଣ ଓ ପୁନର୍ବାସ ଯୋଗାଇ ଦିଅ:ସିପିଆଇ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ସିପିଆଇ ପକ୍ଷରୁ ଗଂଜାମ ଜିଲ୍ଲା କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଟିତ ହୋଇଯାଇଛି ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର, କୃଷକ ସଭା ଜାତୀୟ ଉପସଭାପତି ଆଶିଷ କାନୁ୍ଗୋ ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର ସହ ସମ୍ପାଦକ ନୀଳକଣ୍ଠ ଦାଶ, ପ୍ରଦୀପ ସେଠୀ ପ୍ରତିନିଧି ମଣ୍ଡଳୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସଠିକ୍ ଆକଳନ କରି କ୍ଷତପୂରଣ ଓ ପୁନର୍ବାସ ନିମନ୍ତେ ଦୃଢ଼ ଦାବି କରିଛନ୍ତି, ସରକାର ପୂର୍ବ ପ୍ରସ୍ତୁତି ହୋଇଥିଲେ ଏହିଭଳି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା, ବାତ୍ୟା ଓ ବନ୍ୟା ର ସ୍ଥାୟୀ ପ୍ରତିକାର ପାଇଁ ଏକ ନିଦ୍ଧିଷ୍ଟ ଯୋଜନା ଗ୍ରହଣ କରିବାକୁ ସିପିଆଇ ଦାବୀ କରୁଛି, ଚାଷୀଙ୍କ ଉପସ୍ଥିତି ରେ ସଠିକ୍ ଆକଳନ କରି ଏକର ପିଛା ତିରିଶି ହଜାର ଟଙ୍କା ଏବଂ ବୀମା ରାଶି ପ୍ରଦାନ, ସମ୍ପୂର୍ଣ୍ଣ କୃଷି ରୁଣ ଛାଡ କରିବା, ସମ୍ପୂର୍ଣ୍ଣ ଭାଙ୍ଗି ଥିବା ଘର ପାଇଁ ପାଞ୍ଚ ଲକ୍ଷ, ଆଂଶିକ ଭାବେ କ୍ଷତିଗ୍ରସ୍ତ ପାଇ ଦୁଇ ଲକ୍ଷ, ମୃତ୍ୟୁ ବରଣ କରିଥିବା ଲୋକଙ୍କୁ କୋଡ଼ିଏ ଲକ୍ଷ ଟଙ୍କା, ପରିସ୍ଥିତି ସଭାବିକ ହେଲା ପର୍ଯ୍ୟନ୍ତ ପ୍ରତେକ୍ ପରିବାରକୁ ପନ୍ଦର ହଜାର ଯୋଗାଇବା ବାଛ ବିଚାର ନକରୀ ସମସ୍ତଙ୍କୁ ରାସନ୍ ସାମଗ୍ରୀ ଯୋଗାଇବା, ନଦୀବନ୍ଧ, ରାସ୍ତା ଘାଟ ସ୍କୁଲ ତୁରନ୍ତ ମରାମତି କରିବା ଗଂଜାମ ଜିଲ୍ଲା କୁ ବାଲି ମାଫିଆ ଙ୍କ କବଳରୁ ମୁକ୍ତ କରିବା ସହ ଗଞ୍ଜାମ ଜିଲ୍ଲାର ଭୟଙ୍କର ବନ୍ୟା କୁ ଜାତୀୟ ବିପତ୍ତି ଭାବେ ବିବେଚନା ଯୁଦ୍ଧ କାଳୀନଭିତ୍ତିରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସିପିଆଇ ପକ୍ଷରୁ ଦାବୀ କରୁଛି ଏହି ପସାମ୍ବାଦିକ ସମ୍ମିଳନୀ ରେ କାମଦେବ ନାହାକ ପ୍ରଫୁଲ୍ଲ ଜେନା ଉପସ୍ଥିତ ଥିଲେ


