ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ୬୭ତମ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ତଥା ସଦର ନିର୍ବାଚନମଣ୍ଡଳୀର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ଜନ୍ମ ଜୟନ୍ତୀ ଅବସରରେ ସଦର ବିଜେପି ଯୁବମୋର୍ଚ୍ଚା ଓ ମଙ୍ଗୁଭାଇ ସ୍ମୃତି କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳବଂଟନ କରାଯାଇଛି । ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଅନନ୍ତ ନାୟକ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ବୁଲି ବୁଲି ରୋଗୀଙ୍କୁ ଫଳ ବାଂଟିଥିଲେ । ଜଣେ ରାଷ୍ଟ୍ରହିତୈଷୀ, କର୍ମଠ, ଓ ଦରଦୀ ମଣିଷ ଭାବେ ପରିଚିତ ସ୍ୱର୍ଗତ ମଙ୍ଗୁ ଭାଇ ଜୀବନ ତମାମ ବିପଦରେ ପଡିଥିବା ଗରିବଙ୍କ ସାହାଯ୍ୟ ପାଇଁ ଆଗେଇ ଆସୁଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀଙ୍କ ସେବା ପାଇଁ ସେ ପ୍ରତ୍ୟେକ ଦିନ ସକାଳେ କିଛି ସମୟ ଦେଉଥିଲେ । ସେହି କ୍ରମରେ ତାଙ୍କ ଜୟନ୍ତୀଙ୍କୁ ରୋଗୀ ସେବାରେ ନିୟୋଜିତ ପାଇଁ ନିଷ୍ପତ୍ତି ନିଆଯାଇଥିବା ସ୍ମୃତି କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ସ୍ୱର୍ଗତଃ ଦତ୍ତଙ୍କ ଭଳି ଜଣେ ଅଦ୍ୱିତୀୟ ନେତା ଜନସେବା ପାଇଁ ଯେଉଁ ପ୍ରକାର ମାର୍ଗ ଦର୍ଶନ କରିଯାଇଛନ୍ତି ତାହା ସମସ୍ତଙ୍କ ପାଇଁ ସଦା ସର୍ବଦା ପ୍ରେରଣାଦାୟୀ ହୋଇ ରହିଛି । ସମାଜପ୍ରତି ତାଙ୍କର ବଳିଷ୍ଠ ଅବଦାନକୁ ଚିରକାଳ ପାଇଁ ଅମର ରଖିବାକୁ ଏହିଭଳି ସେବା ଓ ସମର୍ପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଜେପି ନେତାମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଧୀରଜ ମହାନ୍ତି, ମନ୍ମୟ ଦାସ, ସୋଭାଗ୍ୟ ମାନସ ନାୟକ, ପବନ କମିଳା, ବିଜୟ ପୃଷ୍ଟି, ଜଳେନ୍ଦ୍ର ସେଠି, ନିତିନ ଦାସ, ଉମେଶ ବେହେରା, ଜିତୁ ପରମାଣିକ, ବିଜୟ ଦାସ, ପିଣ୍ଟୁ ପୋଦ୍ଦାର, ମନୋରଞ୍ଜନ ନନ୍ଦି, କାହ୍ନୁ ମହାଳିକ, ପିଣ୍ଟୁ ପାଣିଗ୍ରାହୀ, ଦିଲ୍ଲୀପ ଦାସ, ପ୍ରହଲ୍ଲାଦ ଦାସ, ଜୟନ୍ତ ସେଠି, ସୁକାନ୍ତି ଦେବ ଗୋସ୍ୱାମୀ, ଶ୍ରୀୟା ଦାସ, ସସ୍ମିତା ଦାଶ, ଆଶାଳତା ବାଡ଼ି, ତରୁଲତା ମହାନ୍ତି, ମଞ୍ଜୁ ମହାଳିକ, ପ୍ରମୁଖ ଉପସ୍ଥିତ ରହି ଫଳ ବଂଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ