ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ୭୮ତମ ସ୍ଵାଧୀନତା ଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ୭୮ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି, ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମହାପୁରୁଷଙ୍କ ମାଟି ମାଆ ପ୍ରତି ବଳିଦାନର କଥା ଉପସ୍ଥାପନ କରିଥିଲେ। ଆମେ କାହିଁକି ବାରଂବାର ପାରାଧିନ ହୋଇଥିଲୁ ଏହାର ତର୍ଜମା କରି ଶିକ୍ଷା ଲାଭକଲେ ଆଗାମୀ ଦିନରେ ଆମେ ଏହାକୁ ଏଡ଼ାଇ ପାରିବା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ସମସ୍ତ ଭାରତୀୟ ତଥା ସ୍ବାଧିନତା ସଂଗ୍ରାମୀଙ୍କୁ ଉଚିତ୍ ନ୍ୟାୟ ମିଳିଛି ବୋଲି ସଭାପତି ଶ୍ରୀଯୁକ୍ତ ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା, ଜିଲ୍ଲା ବିଜେପି ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଗଣମାଧ୍ୟମ ସହସଂଯୋଜକ ରଣଜିତ ପୁଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରୁ ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ସୁଷମାରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ସମ୍ପାଦିକା ମହୁଆ ପ୍ରଧାନ ଓ ସସ୍ମିତା ଚାନ୍ଦ, ଜିଲ୍ଲା ଉପସଭାପତି ମମତା ମହାପାତ୍ର ଓ କମଳଲୋଚନ ଦାସ, ଏସସି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ସନ୍ତୋଷ ସେଠୀ, କୃଷକ ମୋର୍ଚ୍ଚା ସଭାପତି ଅନୀଲ ସାହୁ, ମଣ୍ଟୁ ପେରିଓ୍ବାଲ, ସୁଶାନ୍ତ ବେରା , ଅବନ୍ତିକା ସିଂହ ଓ ଦୀପୁ ବିଶ୍ବାଳ ଉପସ୍ଥିତ ଥିଲେ।