ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଜନ୍ମାଷ୍ଟମୀ ପର୍ବକୁ ମହାସମାରୋହରେ ପାଳନ କରାଯାଇଛି. ଭୋର ସକାଳୁ ୩ ଦିଅଂଙ୍କୁ ଆକାଶରଣୀୟ ଭାବେ ସାଜସଜ୍ଜା କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତ କରାଯାଇଥିଲା. ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ଭଳି ଅତ୍ୟନ୍ତ ସୁନ୍ଦର ଭାବେ ସଜ୍ଜା ଯାଇଥିଲା. ଆଜି ଶ୍ରୀଜଗନ୍ନାଥଙ୍କୁ ଏହି ଶ୍ରୀକୃଷ୍ଣ ବେଶରେ ଦର୍ଶନ କରିବା ସହ ଜନ୍ମାଅଷ୍ଟମୀ ପାଳନ ପାଇଁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା.


