କୋଣାର୍କ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଘ୍ନେଶ୍ୱର ବିଘ୍ନ ବିନାଶକ ଭଗବାନ ଶ୍ରୀଗଣେଶ ଙ୍କ ପୂଜା କୋଣାର୍କ ଆଖପାଖ ଅଞ୍ଚଳରେ ପାଳିତ ହୋଇଥିବା ଦେଖିବାକୁ ମିଳିଅଛି । ବସଷ୍ଟାଣ୍ଡ ସ୍ଥିତ ବିନାୟକ ବ୍ୟବସାୟ ସଂଗଠନ , କୋଣାର୍କ ଥାନା ଛକ ଗଣେଶ ପୂଜା କମିଟି,କୋଣାର୍କ ଥାନା ଛକ ସ୍ଥିତ ମା ତାରିଣୀ ରାଣୀହାଟ ସାହି ଯୁବକ ସଙ୍ଘ , କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, କୋଣାର୍କ ଆବାସିକ ଆଶ୍ରମ ବିଦ୍ୟାଳୟ , ସମେତ କୋଣାର୍କ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ୟୋତିରାଜ ମହାନ୍ତି ଶ୍ରୀ ଗଣେଶ ଙ୍କ ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଏହି ପୂଜା ସମାରୋହରେ ସଂଘର ସଂପାଦକ ମନୋରଞ୍ଜନ ପଣ୍ଡା, ସାମ୍ବାଦିକ ମାନସ ରଞ୍ଜନ ପାତ୍ର,ସ୍ବାଧୀନ କୁମାର ନାୟକ, ଅରୁନାଭ କର , ଗଣେଶ ଚନ୍ଦ୍ର ବେହେରା ସମେତ ଓ କୋଣାର୍କ ପ୍ରେସ କ୍ଳବ୍ ର ସଭାପତି ଧନଞ୍ଜୟ ବେହେରା, ସମ୍ପାଦକ ବିଚିତ୍ର ଓଝା, ଉପଦେଷ୍ଟା ସଞ୍ଜୟ ପତି ,ଯୋଗ ଦେବାସହ ପ୍ରଭୂ ଶ୍ରୀ ଗଣେଶ ଙ୍କ ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ସାମ୍ବାଦିକ ସଂଘ ର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।


