କବୀ ଯଶୋଧାରାଙ୍କ ଇଂରାଜୀ କବିତାଗ୍ରନ୍ଥ କ୍ରାଉନ୍ ଅଫ୍ ମେମୋରିଜ୍‌ର ଭବ୍ୟ ଲୋକାର୍ପଣ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଶ୍ରୀଗଣେଶଙ୍କ ପୂଜାବସରରେ ସ୍ଥାନୀୟ ଷ୍ଟେସନକ୍ଲବ୍ ସଭାଗୃହରେ କବୟିତ୍ରୀ ଯଶୋଧାରାଙ୍କ କବିତାଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍‌’ – ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ‘ଚନ୍ଦ୍ରଭାଗା’ ପ୍ରକାଶନୀ ଆନୁକୂଲ୍ୟରେ ବିଶିଷ୍ଟ କବି ଶ୍ରୀଦେବଙ୍କ ପୌରୋହିତ୍ୟରେ ଏହି ‘ଅଭିନବ କବିତା ଅନ୍ତଃସ୍ୱର’ ଇଣ୍ଟରଫେସ୍ ଅବକାଶରେ ସୃଜନାଂଜଳିର ନବପ୍ରତିଭା ଅର୍ଚ୍ଚିଶା ପାଣିଗ୍ରାହୀଙ୍କ ଆବାହନୀ-ପରିଚିତିରେ କବି-କଥାକାର କୃଷ୍ଣକୁମାର ମହାନ୍ତି, ଇଂରାଜୀ ସାହିତ୍ୟର ଗବେଷକ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର, ସ୍କଲାର-ଗବେଷକ ଡ. ଶ୍ରୀମୟ ଦାସଅଧିକାରୀ, ଓଡ଼ିଶାର ଅନାମ କବିତା ଆନ୍ଦୋଳନର ଅନ୍ୟତମ ସୂତ୍ରଧର କବି ମନୁ ଦାଶ ଏହି ଅପୂର୍ବ ସନ୍ଧ୍ୟାକୁ କବିତାର କାବ୍ୟିକ ଉଚ୍ଛ୍ୱାସ ସମ୍ବନ୍ଧିତ ଏକ ଗମ୍ଭୀର ଭାବାବେଗ ସୃଷ୍ଟିକରି ଶତାଧିକ ଶ୍ରୋତା-ସାରସ୍ୱତ ଅନୁଗ୍ରାହୀମାନଙ୍କୁ ବିମୋହିତ କରିଥିଲେ । ଶ୍ରୀମତୀ ଯଶୋଧାରା ସଂପୂର୍ଣ୍ଣ ନିଟୋଳ କାବ୍ୟପଣରେ ‘କ୍ରାଉନ୍ ଅଫ୍ ମେେମୋରିସ୍‌’ ସମସ୍ତ ପୃଷ୍ଠାକୁ ଆନ୍ତରିକପଣରେ କିପରି ମନ୍ତ୍ରମୁଗ୍ଧ କରିପାରିଛନ୍ତି ବୋଲି ପ୍ରାୟ ଅତିଥିବୃନ୍ଦ କାବ୍ୟସ୍ରଷ୍ଟାଙ୍କ ଭୂୟସୀ ପ୍ରଶଂସା କରିଥିଲେ ।ଏହି ବିରଳ ସନ୍ଧ୍ୟାରେ ‘ଚନ୍ଦ୍ରଭାଗା’ ସହ ସହଭାଗୀ ଚିତ୍ରଶିଳ୍ପୀ ଡକ୍ଟର ଦୀନାନାଥ ପାଠୀଙ୍କ ସୁପୁତ୍ର ଚିତ୍ରଶିଳ୍ପୀ/ଗବେଷକ ଡ. ସୌଭାଗ୍ୟ ପାଠୀଙ୍କ ଅକାଳ ବିୟୋଗ କାରଣରେ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।ପ୍ରଖ୍ୟାତ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କୁ ‘କ୍ରାଉନ୍ ଅଫ୍ ମେମୋରିଜଜ୍ର କାବ୍ୟଗ୍ରନ୍ଥର ରୋଚକ ପ୍ରଚ୍ଛଦପଟ ରେଖାଚିତ୍ରର ପରାକାଷ୍ଠା ପାଇଁ ଆନୁଷ୍ଠାନିକ ସମ୍ବର୍ଦ୍ଧନାରେ ଭୂଷିତ କରାଯାଇଥିଲା । ସର୍ବଶେଷରେ କବୀ ଯଶୋଧାରାଙ୍କୁ ଶୁଭେଚ୍ଛା ପ୍ରଦାନପୂର୍ବକ ଉପସ୍ଥିତ ଅତିଥିଶ୍ରୋତାଙ୍କୁ ଧନ୍ୟବାଦ ଜଣାଇବା ସଂଗେସଂଗେ ନୈଶଭୋଜୀର ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ