ବିନ୍ଦୁଏ ସିନ୍ଦୁର ସିନ୍ଧୁଏ କଥା” ନାଟକ ପୁସ୍ତକ ଉନ୍ମୋଚନ

ବୁଗୁଡ଼ା,(ୱାଏନଏସ): ବାଲିପଦର ଠାରେ ଉତ୍କଳୀୟ ମାଲ ସମାଜ ଓଡ଼ିଶା ପକ୍ଷରୁ ବାର ମଣ୍ତଳର ସଭାପତି-ସମ୍ପାଦକ ଏବଂ କାର୍ଯ୍ୟକାରୀ ସଦସ୍ଯ ମାନଙ୍କୁ ନେଇ ଏକ ସମୀକ୍ଷା ସମ୍ମିଳନୀ କେନ୍ଦ୍ରୀୟ ସଭାପତି ଇଂ.ବିପ୍ର ଚରଣ ପାତ୍ର ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଳ ଗୌରବ ସମ୍ପର୍କିତ ଏକ ଆଲୋଚନା ଚକ୍ରରେ ଗଞ୍ଜାମ ଜିଲ୍ଲାର ଦଣ୍ଡଯାତ୍ରାରେ ପ୍ରସିଦ୍ଧି ଲାଭ କରିଥିବା ନାଟ୍ୟକାର ବିଜୟ କୁମାର ପାତ୍ରଙ୍କ ନାଟକ ପୁସ୍ତକ ଉନ୍ମୋଚନ କରିବା ସହ ନାଟ୍ୟକାର ତଥା ବିଶିଷ୍ଟ ନିର୍ଦ୍ଧେଶକ ବିଜୟ କୁମାର ପାତ୍ରଙ୍କୁ କୁଳ ଗୌରବ ସମ୍ମାନରେ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନଙ୍କ ମଧ୍ୟରେ ଉତ୍କଳୀୟ ମାଲ ସମାଜର ଉପଦେଷ୍ଟା ପ୍ରକାଶ ପାତ୍ର, ସମ୍ପାଦକ ସୁଦର୍ଶନ ପାତ୍ର, ଉପସଭାପତି ପ୍ରଦୀପ କୁମାର ପାତ୍ର, କୋଷାଧ୍ୟକ୍ଷ ବିଜୟ ପାତ୍ର,ବିଶିଷ୍ଟ ଅତିଥି ଭାବେ ବାଲିପଦର ସାହିତ୍ୟ ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ସଭାପତି ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ମାଲ ସମାଜରେ ପ୍ରତିଭାଶାଳୀ ବ୍ଯକ୍ତିତ୍ବ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥିବା ସଦସ୍ଯ ମାନଙ୍କୁ କୁଳ ତରଫରୁ ପ୍ରତିବର୍ଷ ସମ୍ବର୍ଦ୍ଧିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଖେମୁଣ୍ଡି ତାଲୁକା ପକ୍ଷରୁ ସଭାପତି ବି.ରାଜା ରାଓ, ବାଲିପଦର ମଣ୍ଡଳ ସଭାପତି ଗୁରୁମୂର୍ତ୍ତୀ ପାତ୍ର, ପଡିଆ ମଣ୍ଡଳ ସଭାପତି ନାରାୟଣ ପାତ୍ର,ବୁଗୁଡା ମଣ୍ଡଳ ସଭାପତି ଅଭିମନ୍ୟୁ ପାତ୍ର, ଆସ୍କା ମଣ୍ଡଳ ସମ୍ପାଦକ ଉମା ମହେଶ୍ୱର ରାଓ, ଆଠଗଡ଼ ମଣ୍ଡଳ କୋଷାଧ୍ୟକ୍ଷ ସତ୍ଯବାଦୀ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ୟୁ,ମହେଶ୍ୱର ରାଓ ଧନ୍ଯବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ