ମୋହନାରେ ସୁଭଦ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମ
ମୋହନା, (ଅଂଶୁମାନ ପଣ୍ଡା):ମଙ୍ଗଳବାର ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି l ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି l ଏହି ଅବସରରେ ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ପଡିଆରେ ଆୟୋଜିତ ବ୍ଲକ ସ୍ଥରୀୟ କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷl ବାଲ୍ମୀନ ଅଧିକାରୀ,ବିଡ଼ିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ସିଡିପିଓ ସବିତା ପଟନାୟକ ଓ ଏବିଡ଼ିଓ ରମାକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦେଇ ସୁଭଦ୍ରା ଯୋଜନା ଉପରେ କହିଥିଲେ l ଏହି ଯୋଜନା ମହିଳା ମାନଙ୍କ ପାଇଁ ସଂଜୀବନୀ ଭଳି କାମ କରିବ ବୋଲି ବ୍ଳକ ଉପାଧ୍ୟକ୍ଷl କହିଥିବା ବେଳେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ଏଥିସହ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ୩ ହଜାର ରୁ ଅଧିକ ମହିଳା, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି କର୍ମୀ, ଆଇସିଡିଏସ କର୍ମଚାରୀ ସାମିଲ ହୋଇଥିଲେ l ମଧ୍ୟାହ୍ନ ୧୨ ଟାରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଥିବା ବେଳେ ଭରଚୁଆଲ ରେ ଦେଖିଥିଲେ ମହିଳା ମାନେ l ତେବେ ଏହି କାର୍ଯ୍ୟକ୍ରମ ରେ ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର ଯୋଗଦେଇ ନାହାନ୍ତି l ରାଜ୍ୟରେ ସରକାର ବଦଳିବା ପରଠାରୁ ବ୍ଳକ ଅଧ୍ୟକ୍ଷ କୌଣସି ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦେଇନାହାନ୍ତି l ସୁଭଦ୍ରା ଯୋଜନା ଭଳି ଏକ ମହତ ଯୋଜନା ହୋଇଥିବା ବେଳେ ବ୍ଳକ ଅଧ୍ୟକ୍ଷ ଙ୍କ ଅନୁପସ୍ଥିତି କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି l ଏଭଳିକି ବ୍ଳକ କାର୍ଯ୍ୟାଳୟ କୁ ମଧ୍ୟ ଆସୁନଥିବା ଅଭିଯୋଗ କରିଛନ୍ତି l ଏନେଇ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l


