ସାର୍ଥା ଓ ଛାନୁଆ ପଂଚାୟତରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ବାଚନ ସମୟରେ ସଦର ବିଧାୟକ ମାନସ କୁମାର ଦତ୍ତ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଏହି କ୍ରମରେ ସାର୍ଥା ଓ ଛାନୁଆ ପଂଚାୟତରେ ତିନୋଟି ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ । ପ୍ରଥମେ ସାର୍ଥା ପଂଚାୟତର ବାଙ୍କସିରି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ବାଂଶ୍ରୀ ଛକ ଠାରୁ ରଣସରପୁରଡିହା ପର୍ଯ୍ୟନ୍ତ ରାସ୍ତାର ଶୁଭ ଦିଆଯାଇଥିଲା । ଏହି ରାସ୍ତାର ଅଟକଳମୂଲ୍ୟ ରହିଛି ୩କୋଟି ୬୬ଲକ୍ଷ ୨୯ ହଜାର ଟଙ୍କା । ସେହିପରି ଦ୍ୱିତୀୟ କାର୍ଯ୍ୟକ୍ରମ ଛାନୁଆ ପଂଚାୟତରେ ଅନୁଷ୍ଠିତ ହୋଇଥିଲା । ସେଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ଫିସାରି ରାସ୍ତା ଠାରୁ ଭଦ୍ରସିଆ ରାସ୍ତା ଓ ଆରଡି ରାସ୍ତା ଠାରୁ ନଲକୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ ପର୍ଯ୍ୟାୟକ୍ରମିକ ରକ୍ଷଣାବେକ୍ଷଣ ପ୍ରକଳ୍ପକୁ ବିଧାୟକ ଶ୍ରୀ ଦତ୍ତ ଶୁଭ ପ୍ରଦାନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୮୨ଲକ୍ଷ ୭୨ଲକ୍ଷ ୬୫୨ଟଙ୍କା ରଖାଯାଇଛି । ତିନୋଟି ରାସ୍ତା ପ୍ରକଳ୍ପକୁ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଅଧିକାରୀ ଓ ଠିକାଦାରଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ନୂତନ ଭାବେ ଦାୟିତ୍ୱ ନେଇଥିବା ଲୋକଙ୍କ ସରକାର ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ବିଗତ ୨୪ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ରାସ୍ତାଗୁଡିକ ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ଗମନାଗମନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଶ୍ରୀ ଦତ୍ତ କରିଛନ୍ତି । ଧାର୍ଯ୍ୟ ସମୟ ସୀମା ପୂର୍ବରୁ ସମସ୍ତ ରାସ୍ତା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ । ସମ୍ପୂର୍ଣ୍ଣ ରାସ୍ତା କଂକ୍ରିଟ ବ୍ୟବହାରରେ ନିର୍ମାଣ କରାଯିବ । ତେବେ ଲଗାଣ ବର୍ଷା ଜାରି ରହିଥିଲେ ବି ନିର୍ମାଣ କାର୍ଯ୍ୟ ଅଟକିବ ନାହିଁ ବୋଲି ଶ୍ରୀ ଦତ୍ତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ବିଜୟ ନାୟକ, ଅରବିନ୍ଦ ଜେନା, ଭୂଦେବ ସାହୁ, ବିଷ୍ଣୁ ଧିଣ୍ଡା, ଭାଗ୍ୟଧର ଦାସ, ଦିଲ୍ଲୀପ ମହାନ୍ତି, ମଞ୍ଜୁ ଗାୟନ, ଲକ୍ଷ୍ମୀଧର ମନ୍ତ୍ରୀ, ମହେଶ୍ବର ଦାସ, ସୁକୁମାର ମଣ୍ଡଳ, ତରୁଣ ଦ୍ଵାରି, ଭାସ୍କର ମାନ୍ନା, ସୁବାଷ ବେହେରା, ମିନତୀ ନାୟକ, କରୁଣା କର ନାୟକ, ଶ୍ରୀକାନ୍ତ ପାତ୍ର, ଅଞ୍ଜନ ସାହୁ, ବିନୟ ସାମନ୍ତ, ଗଣେଶ ନନ୍ଦ, ଆଶୁତୋଷ ମଣ୍ଡଳ, ଆନନ୍ଦ ମାଇତି, ରବୀନ୍ଦ୍ର ମଣ୍ଡଳ, ସୁଧୀର ପରିଡା, ମନୋଜ ଜେନା, ଅନିଲ ମଣ୍ଡଳ, ଲକ୍ଷ୍ମୀଧର ଖମାରି, ପ୍ରଦୀପ ଜେନା, ଖକନ ମହାନ୍ତି, ପ୍ରଦୀପ ବେହେରା, ପ୍ରଦୀପ ନାୟକ, ରଘୁନାଥ ଦାସ ଓ ବିଭାଗୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ