ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଆୟୋଜିତ ସମ୍ମିଳନୀରେ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟର ରେଳିଷ୍ଟ୍ରାର ଡ. ଅନୀତା ପାତ୍ର, ପ୍ରଶାସନିକ ନିର୍ଦେଶିକ ଡ. ଦୁର୍ଗା ପାଢ଼ୀ, ଜେନେରାଲ ମ୍ୟାନେଜର ଏସ. ଫାଲଗୁନ ରାଓ ପ୍ଲେସମେଣ୍ଟ ସେଲ ନିର୍ଦ୍ଦେଶିକ ଚକ୍ରକ୍ଟଲ, କମେଶ୍ଵର ରାଓ ଡ. ପୂଜନା ପାଣି ଲିଙ୍ଗରାଜ ମହାପାତ୍ର ଡ.ପ୍ରଫୁଲ୍ଲ ପଣ୍ଡା, ଡ଼.ସାଗର ମୈତ୍ର ପ୍ରମୁଖ ଯୋଗ ଦେଇ ବିଶ୍ଵବିଦ୍ୟାଳୟର ପାଠ୍ୟକ୍ରମ ଓ ଜୀବନ ଶୈଳୀ ଶିକ୍ଷା ପ୍ରଦାନ ବିଷୟରେ ଆଲୋଚନା କହିଥିଲେ । ଏଥିସହ ଅଭିଭାବକ ମାନଙ୍କ ଭୂମିକା ବିଷୟରେ ଏବଂ ପିଲାମାନେ କିପରି ପଡୁଛନ୍ତି ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲଚନା ହୋଇଥିଲା । କୌଣସି କ୍ଷେତ୍ରରେ ଆସୁବିଧାମାନ ହେଲେ ଶ୍ରେଣୀ ଶିକ୍ଷକ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣେଇବା ଆବଶ୍ୟକ ବୋଲି କହିଥିଲେ । ସମ୍ମିଳନୀରେ ଅଭିଭାବକମାନେ ବିଭିନ୍ନ ସମସ୍ୟା ବିଷୟରେ ପଚାରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ବିଦ୍ୟାଳୟର ଫାଲଗୁନ ରାଓ, ଓ ଦୁର୍ଗା ପାଢ଼ୀ ପରିଚାଳନା କରିଥିଲେ.