ମୁର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗ ଯୁବକକୁ ଉଦ୍ଧାର କଲେ ସ୍ୱଛାସେବୀ

ଗଞ୍ଜାମ, (ବିନୋଦ ପଲାଇ):ମାନବିକତା ଦେଖାଇଛନ୍ତି, ଗଞ୍ଜାମ ସହରର ସ୍ୱଛାସେବୀ l ମୁର୍ମୁଷ ଅବସ୍ଥାରେ ଥିବା ପଶ୍ଚିମବଙ୍ଗର ଏକ ଅଚିହ୍ନା ଯୁବକକୁ ଉଦ୍ଧାର କରି ଚିକିତ୍ସାର ଏକ ସପ୍ତାହ ପରେ ପୋଲିସ ଉପସ୍ଥିତରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି lପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାର ହବୀପୁରଥାନା ଅନ୍ତର୍ଗତ ଦୁଲ୍ଲା କୁମାରପଡା ଗ୍ରାମର ବାଦଲହଂସଦା ହାଇଦ୍ରାବାଦରେ ଶ୍ରମିକ ରୂପେ କାମ କରୁଥିଲେ l ନିଜ ଗ୍ରାମକୁ ଫେରୁଥିବା ବେଳେ ଟ୍ରେନରେ ଲୁଟ ଓ ଆକ୍ରମଣର ଶିକାର ହୋଇଥିଲେ l କିପରି କିମିତି ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ ୨୭ ତାରିଖ ଦିନ ମୁର୍ମୁଷ ଅବସ୍ଥାରେ ପଡ଼ିରହିଥିବା ବେଳେ, ତ୍ରିବେଣୀ ମଠ ଛକରେ ଗ୍ୟାରେଜ କରିଥିବା ଚିକୁଜେନା ଦେଖି ସ୍ଥାନୀୟ ଇକୋ ୱାରୀୟର ସ୍ୱଛାସେବୀ ମାନଙ୍କୁ ଖବର ଦେବାରୁ ପ୍ରଭାତ ବିଶ୍ୱାଳ, ସମରେଶ ପ୍ରଧାନ, ଦୁର୍ଗା ମାଧବ ପାଣିଗ୍ରାହୀ, ସଞ୍ଜୟ ସ୍ୱାଇଁ,ପ୍ରଭାତ ସାହୁ, କରୁଣା ରେଡି,ବିଲୁ ବେହେରା ପହଁଞ୍ଚି ଉଦ୍ଧାର କରି ଚିକିତ୍ସାପାଇଁ ମେଡିକାଲ ନେଇଥିଲ ମଧ୍ୟ ନିଜର ପରିଚୟ, ଠିକଣା କହିବାକୁ ସକ୍ଷମ ହୋଇପାରିନଥିଲେ l ଏହା ମଧ୍ୟରେ ହବିପୁର ଥାନା ସହ ଫୋଟୋ ପଠାଇ ଯୋଗାଯୋଗ କରିଥିଲେ ଇକୋ-ୱାରିଅର ଟିମ l ଲଗାତାର ଚିକିତ୍ସାପରେ ଚାରିଦିନ ପରେ ଯୁବକଙ୍କ ନିଜର ଗାଁର ନାମ କହିଥିଲେ ମଧ୍ୟ ଆଉ କିଛି କହିପାରିନଥିଲେ l ପୁଣି ପୋଲିସ ସହ ଯୋଗଯୋଗ ପରେ ତାଙ୍କ ପରିବାର ସହ ଯୋଗାଯୋଗ ସମ୍ଭବ ହୋଇପାରିଥିଲା l ଆଜି ତାଙ୍କ ଶଳା ଶୈଳେନ୍ ମୁର୍ମୁ, ସ୍ତ୍ରୀ – ସରଲାବେସ୍ରା ଗଞ୍ଜାମରେ ପହଁଞ୍ଚିଥିଲେ l ପରେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର, ସେକେଣ୍ଡ ଅଫିସର ସୁପ୍ରଭା ସାହୁଙ୍କ ଉପସ୍ଥିତରେ ଏକ ସପ୍ତାହ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ବ୍ରହ୍ମପୁର ଷ୍ଟେସନରେ ଟ୍ରେନରେ ବସାଇଥିଲେ ଇକୋ-ୱାରିଅର ଟିମ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ