ପାରଳା ମୁନିସିପାଲିଟି ଅଧକ୍ଷାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହରକୁ ଜଗିବ ସିସି କ୍ୟାମେରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମୁନିସିପାଲିଟିର ଅଧକ୍ଷା ନିର୍ମଳା ସେଠୀ ସହରର ଜନ ସାଧାରଣଙ୍କର ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାରେ ଜୀବନଯାପନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ କାର୍ଯ୍ୟ କରି ସାଧାରଣରେ ବେଶ ପ୍ରଶଂସାର ପାତ୍ର ହୋଇପାରିଛନ୍ତି. ପାରଳାଖେମୁଣ୍ଡି ସହରରେ ଗତ କିଛି ମାସ ହେଲା ଚୋରି, ଡକାୟତି ଆଦି ବୃଦ୍ଧି ପାଇଥିବା ବେଳେ ଲୁଟେରାମାନଙ୍କ ଉପଦ୍ରଵ ଓ ଲୁଟପାତ ଯୋଗୁ ସାଧାରଣ ଭୟ ଆତଙ୍କ ମଧରେ ରହିଥିବାବେଳେ ପାରଳା ମୁନିସିପାଲିଟି ଅଧକ୍ଷା ନିର୍ମଳା ସେଠୀ ସହରରେ ସିସି କ୍ୟାମେରା ଲଗେଇବା ନିଷ୍ପତ୍ତି ନେଇଛନ୍ତି. ଯାହାକି ସାଧାରଣଙ୍କ ଜୀବନକୁ ବିଶେଷ ଭାବେ ସୁରକ୍ଷା ଦେଇ ପାରିବ. ବର୍ତ୍ତମାନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଲାଗିବ ସିସି କ୍ୟାମେରା। ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରି ପୁଲିସ ଦୁର୍ଲ୍ଲଭଙ୍କୁ ଧରିବାରେ ସହଜ ହେବ। ଏନେଇ ୨୮ ଲକ୍ଷ ଟଙ୍କାର ବଜେଟ୍ ରହିଥ‌ିବା କହିଛନ୍ତି ପୌର ପରିଷଦ ଅଧ୍ଯକ୍ଷା ନିର୍ମଳା ସେଠୀ ଚୋରି, ଡକାୟତି, ରାହାଜାନୀ ରୋକିବା ନେଇ ସହରରେ କ୍ୟାମେରା ଲାଗିବା ନେଇ ପଦକ୍ଷେପ ନିଆଯାଉଛି। ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ୱାର୍ଡ ତଥା ରାସ୍ତା କଡ଼ରେ ସିସି କ୍ୟାମେରା ଲଗାଇବାକୁ ବ୍ୟବସ୍ଥା କରାଯାଉଛି। ସିସି କ୍ୟାମେରା ଲାଗିଲେ ସୁରକ୍ଷାକର୍ମୀଙ୍କୁ ଅନେକ ସୁବିଧା ହୋଇପାରିବ। ରୋମିଓଙ୍କ ଠାରୁ ଦୁର୍ବୃତ୍ତଙ୍କୁ ଶୀଘ୍ର ଧରିବାରେ ସହା ସହାୟକ ହେବ । ପାରଳାଖେମୁଣ୍ଡି ସହରର ସିସି କ୍ୟାମେରା ଲଗାଇବା ପାଇଁ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ଯକ୍ଷା ନିର୍ମଳା ସେଠୀ କହିଛନ୍ତି ଯେ ଏନେଇ ୨୮ ଲକ୍ଷ ଟଙ୍କାର ବଜେଟ୍ କରାଯାଇଛି। ସହରର ଚାରି ପାଖରେ ଲାଗିବ। ପାରଳା ମୁନିସିପାଲିଟି ଅଧକ୍ଷା ନିର୍ମଳା ସେଠୀଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ଲୋକ ହିତକର ପଦକ୍ଷେପ ଯୋଗୁ ସାଧାରଣରେ ବେଶ ଆନନ୍ଦ ପ୍ରକାଶ ପାଇବା ସହ ସହରବାସୀ ଅଧକ୍ଷାଙ୍କୁ କୃତଜ୍ଞତା ଜ୍ଞାପନ କରି ସାଧୁବାଦ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ