୫୭ ନମ୍ବର ଜୋନ ସହିତ ଶେଷ ହେଲା ବିଜେଡି ର ଚଳିତ ବର୍ଷର ପଦଯାତ୍

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଅନ୍ତିମ ପର୍ଯ୍ୟାୟରେ ଶେରଗଡ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶେରଗଡ ବ୍ଲକ ବିଜେଡି ସଭାପତି ଶରତଚନ୍ଦ୍ର ପାତ୍ର ଙ୍କ ପୌରୋହିତ୍ୟରେ ବହୁ ଦଳୀୟ କର୍ମୀ ଙ୍କୁ ନେଇ ଅନୁଷ୍ଠିତ ପଦଯାତ୍ରାରେ ସ୍ଥାନୀୟ ବିଧାୟକ ଙ୍କ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ ଓ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ପଦଯାତ୍ରାରେ ସାମିଲ ହୋଈଥିଲେ। ସକାଳ ୮ ଘ ରୁ ୫୮ ନମ୍ବର ଜୋନର ବ୍ରାହ୍ମଣଛାଈ ପଞ୍ଚାୟତ ରୁ ପଦଯାତ୍ରା ଆରମ୍ଭ ହୋଇ ତହଁର,ପିତ୍ତଳ, ନରେନ୍ଦ୍ରପୁର, ଗୋବିନ୍ଦପୁର, ଗୋଠଗାଁ ଏବଂ ଠୁରୁବୁରାଈ ପଞ୍ଚାୟତ ରେ ଜନସମ୍ପର୍କ ପଦଯାତ୍ରା ଶେଷ ହୋଇଥିଲା। ଜନସେବା ଓ ସମର୍ପଣ ମନୋଭାବ କୁ ଗୁରୁତ୍ୱ ଦେବା ସହ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ବିଜେଡି ନେତାମାନେ ବକ୍ତବ୍ୟ ରଖି ସରକାରର ପୋଲ ଖୋଲିଥିଲେ ଏବଂ ଘରେ ଘରେ ଏହି ବାର୍ତ୍ତା ପହଞ୍ଚାଈବା କୁ ଆହ୍ଵାନ ଦେଈଥିଲେ। ଏବେବି ବିଜେଡି ରାଜ୍ୟର ଏକ ନମ୍ବର ଦଳ ହୋଇ ରହିଥିବା ବେଳେ ଓଡିଶା ବାସୀଙ୍କ ହୃଦୟରେ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନବୀନ ପଟ୍ଟନାୟକ ରହିଛନ୍ତି ବୋଲି ସମସ୍ତ ନେତୃବୃନ୍ଦ ପ୍ରକାଶ କରିଥିଲେ। ଏହି ପଦଯାତ୍ରା ସମୟରେ ବରିଷ୍ଠ ନେତା ହୀନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ,୫୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ବରୁଣ ପୋଲେଈ, ପିତ୍ତଳ ସରପଞ୍ଚ ରାମରାଘବ ପାତ୍ର, ପିତ୍ତଳ ସମିତି ସଭ୍ୟ ଜନାର୍ଦ୍ଦନ ପାତ୍ର, ତହଁର ସରପଞ୍ଚ ଶିବରାମ ମେହେଣା,ଠୁରୁବୁରାଈ ସରପଞ୍ଚ ପ୍ରଭାତ ଆଚାରୀ,ଗୋବିନ୍ଦପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସିମାଞ୍ଚଳ ପ୍ରଧାନ ଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ