ପୌରାଣିକ ଯୁଗର ରାଣୀମାନେ ସୁନ୍ଦରୀ ଦିଶିବାର ରହସ୍ୟ

ଆଜିର ସମୟରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେ କ’ଣ ତରିକା ଆପଣାଉଛନ୍ତି । ବ୍ୟୁଟିପାର୍ଲର, କସ୍ମେଟିକ୍ସର ସହାୟତା ନେଉଛନ୍ତି । ଏମିତି କି କେତେକ ମହିଳା ସୁନ୍ଦରୀ ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରୁଛନ୍ତି । କିନ୍ତୁ କେବେ ମନକୁ ଏମିତି ପ୍ରଶ୍ନ ଆସିଛି କି ପୁରାଣ ଯୁଗରେ ତ ଏସବୁ ନ ଥିଲା । ତେବେ ରାଣୀମାନେ ଏତେ ସୁନ୍ଦର କେମିତି ଦେଖାଯାଉଥିଲେ । ତେବେ ଆସନ୍ତୁ ଜାଣିବା ରାଣୀମାନଙ୍କ ସୌନ୍ଦର୍ଯ୍ୟତାର ରାଜ୍ କ’ଣ?
କୁହାଯାଏ ରାଣୀମାନେ କ୍ଷୀର ଏବଂ ଗୋଲାପ ଜଳରେ ସ୍ନାନ କରୁଥିଲେ । ଫଳରେ ତାଙ୍କ ଶରୀର କୋମଳ ରହୁଥିଲା । ଗଧର କ୍ଷୀର ଏବଂ ଏଥିରେ ଜଡ଼ାତେଲ ମିଶାଇ ଗାଧୋଉଥିବାରୁ ତ୍ୱଚାରେ ଚମକ ଆସୁଥିଲା । ଫିଟ୍ ରହିବା ପାଇଁ ଆଜିର ସମୟରେ ମହିଳାମାନେ ଜିମ୍ ଯାଉଛନ୍ତି, ବ୍ୟାୟାମ କରୁଛନ୍ତି । କିନ୍ତୁ ପୌରାଣିକ ଯୁଗରେ ରାଣୀମାନେ ଖଣ୍ଡା ଧରି ଯୁଦ୍ଧ କରୁଥିଲେ । ଫଳରେ ତାଙ୍କୁ ବ୍ୟାୟାମର ଆବଶ୍ୟକତା ପଡୁ ନ ଥିଲା । ଏତତ୍ ବ୍ୟତୀତ ମଦିରା ସହ ଅଣ୍ଡାର ଧଳା ଅଂଶ ଚେହେରାରେ ଲଗାଉଥିଲେ । ଏଥିପାଇଁ ତ୍ୱଚା କୋମଳ ରହୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ