ପୂର୍ବତନ ଏନ୍‍ଏସି କାଉନସିଲର ପ୍ରଭାକର ଭଂଜଙ୍କ ଦେହାନ୍ତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍‍ଏସିର ପୂର୍ବତନ କାଉନସିଲର ପ୍ରଭାକର ଭଂଜ (ବୟସ ପ୍ରାୟ ୬୩ବର୍ଷ)ଙ୍କର ଦେହାନ୍ତ ହୋଇଯାଇଛି । ପୂର୍ବତନ କାଉନସିଲର ପ୍ରଭାକର ଭଂଜ ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ଲାଗି ବିଶାଖାପାଟଣାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଦୀର୍ଘ ଦିନ ଧରି ଆସିକା ଏନ୍‍ଏସିର କାଉନସିଲର ରୂପେ ଅବସ୍ଥାପିତ ରହି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ପୂର୍ବତନ ଆସିକା ଏନ୍‍ଏସିର କାଉନସିଲର ପ୍ରଭାକର ଭଂଜଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ଗଞ୍ଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା, ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ ଓ ରବିନ୍ଦ୍ର କୁମାର ସାମଲ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ଏବଂ ଅନିମା ପରିଡା, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ପୂର୍ବତନ କାଉନସିଲର ଏମ୍‍.ତାରିଣୀ ସେନାପତି ଓ ରବିନ୍ଦ୍ରନାଥ ପୋଲାଇ, ଆସିକା ଟ୍ରକ ମାଲିକ ସଂଘର ସଭାପତି ନିଗମାନନ୍ଦ ମହାନ୍ତି, ଏନ୍‍ଏସି କାଉନସିଲର ନିଗମାନନ୍ଦ ରାଉତ ଓ ସରୋଜ କୁମାର ଭଂଜ, ସମାଜସେବୀ ବାବୁଲା ଗୌଡ, ଭଗବାନ ପରିଡା, ଜିତେନ୍ଦ୍ର କୁମାର ମହାରଣା, ପ୍ରଦୀପ କୁମାର ଗୌଡଙ୍କ ସମେତ ଦଳମତ ନିର୍ବିଶେଷରେ ଶହ ଶହ ସଚେତନ ନାଗରିକ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍‍ଏସିର ପୂର୍ବତନ କାଉନସିଲର ପ୍ରଭାକର ଭଂଜଙ୍କ ପାର୍ଥୀବ ଶରୀର ବିଶାଖାପାଟଣାରୁ ଆମ୍ବୁଲାନ୍ସରେ ଆସି ଆସିକା ଏନ୍‍ଏସିର କଳିଙ୍ଗ ରୋଡ ସ୍ଥିତ ନିଜ ବାସଭବନରେ ପହଞ୍ଚିବା ପରେ ବହୁ ସଚେତନ ନାଗିରକ ଶେଷ ଦର୍ଶନ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏକ ଶୋକାକୁଳ ପରିବେଶରେ ଆସିକା ଏନ୍‍ଏସିର ପୂର୍ବତନ କାଉନସିଲର ପ୍ରଭାକର ଭଂଜଙ୍କ ଅନ୍ତିମ ସଂସ୍କାର ପବିତ୍ର ଋଷିକୁଲ୍ୟା ଓ ବଡନଦୀର ଉତ୍ତର ବାଙ୍କ ସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିବା ଜଣାପଡିଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଜୟନ୍ତୀ ଭଂଜ, ଭାଇ ଦଣ୍ଡପାଣି ଭଂଜ, ସୁଦର୍ଶନ ଭଂଜ, ପଂଚାନନ ଭଂଜ, ଶତୃଘ୍ନ ଭଂଜ, ପୁତ୍ର ଗଣେଶ ଭଂଜ ଓ କାର୍ତ୍ତିକ ଭଂଜ, ଝିଅ ଲକ୍ଷ୍ମୀ ଭଂଜଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍‍ଏସିର ପ୍ରାକ୍ତନ କାଉନସିଲର ପ୍ରଭାକର ଭଂଜ ଜଣେ ସୁସଂଗଠକ, ପରୋପକାରୀ, ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ରୂପେ ପରିଚିତ ଥିବାରୁ ତାଙ୍କ ବିୟୋଗରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ