ପୁରୁଷଙ୍କ ପ୍ରବେଶ ନିଷେଧ ଥିବା ମନ୍ଦିର

ଭାରତରେ ଏମିତି କିଛି ମନ୍ଦିର ରହିଛି ଯେଉଁଠାରେ ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନ ଥାଏ । କିନ୍ତୁ କିଛି ମନ୍ଦିର ବା ଧାର୍ମିକ ସ୍ଥଳୀ ରହିଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି । ଏହି ମନ୍ଦିରଗୁଡ଼ିକରେ କେବଳ ମହିଳା ପୂଜା କରିପାରିବେ । ଆସନ୍ତୁ ଜାଣିବା ଭାରତରେ ଏପରି କେଉଁ କେଉଁ ମନ୍ଦିର ରହିଛି । ।
କେରଳରେ ଥିବା ଆଟ୍ଟୁକାଳ ଭଗବତୀ ମନ୍ଦିର ମହିଳାଙ୍କ ନିମନ୍ତେ ସମର୍ପିତ । ସେହି ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି । ସେଠାରେ ପୋଙ୍ଗଲ ପର୍ବ ଧୂମଧାମରେ ପାଳନ କରାଯାଏ । ପୋଙ୍ଗଲ ଉତ୍ସବରେ ୩୦ ଲକ୍ଷ ମହିଳା ଭାଗ ନେଇ ଗିିନିଜ୍ ବୁକ ଅଫ୍ ୱାଲ୍ଡରେ ରେକର୍ଡ କରିଛନ୍ତି ।
ସେହିପରି ବ୍ରହ୍ମାଙ୍କ ମନ୍ଦିରରେ ପୁରୁଷ ପ୍ରବେଶ କରିବା ମନା ହୋଇଥାଏ । ପୁରାଣ ଅନୁସାରେ ଭଗବାନ ବ୍ରହ୍ମାଙ୍କୁ ପୁଷ୍କର ନଦୀ ତଟରେ ନିଜ ପତ୍ନୀ ମା’ ସରସ୍ୱତୀଙ୍କ ସହ ଯଜ୍ଞ କରିବାର ଥିଲା । କିନ୍ତୁ କୌଣସି କାରଣରୁ ସରସ୍ୱତୀ ସେଠାରେ ପହଞ୍ଚିବାରେ ବିଳମ୍ୱ ହୋଇଥିଲା । ତେଣୁ ବ୍ରହ୍ମା ଗାୟତ୍ରୀଙ୍କ ସହ ବିବାହ କରି ଯଜ୍ଞ କରିଥିଲେ । ସରସ୍ୱତୀ ଅଭିଶାପ ଦେଇଥିଲେ ଯେ ସେହି ମନ୍ଦିରରେ କୌଣସି ବିବାହିତ ପୁରୁଷ ପ୍ରବେଶ କରିବେ ନାହିଁ । ଏହି ମନ୍ଦିର ରାଜସ୍ଥାନର ପୁଷ୍କରରେ ଅବସ୍ଥିତ ।
ସେହିପରି ତ୍ରୟମ୍ୱେକେଶ୍ୱର ମନ୍ଦିରର ଗର୍ଭଗୃହରେ ପ୍ରଥମେ ମହିଳାଙ୍କୁ ଯିବା ପାଇଁ ଅନୁମତି ନଥିଲା । କାରଣ ଏହି ମନ୍ଦିର ଗର୍ଭଗୃହରେ ଭଗବାନ ଶିବ ରହିଛନ୍ତି । କିନ୍ତୁ ୨୦୧୬ରେ ବମ୍ୱେ ହାଇକାର୍ଟ ଏକ ବିଲ୍ ପାସ୍ କରିଥିଲେ । ଯଦି ଗର୍ଭଗୃହରେ ପ୍ରବେଶ ପାଇଁ ମହିଳାଙ୍କୁ ଅନୁମତି ନାହିଁ ତେବେ ପୁରୁଷ ଯିବା ଉପରେ ମଧ୍ୟ କଟକଣା ଲାଗିବା ଦରକାର ବୋଲି ସେ କହିଥିଲେ । ଅପରପକ୍ଷରେ କନ୍ୟାକୁମାରୀରେ ମା’ ଭଗବତୀଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ମା’ ଭଗବତୀ ଦୁର୍ଗାଙ୍କ କନ୍ୟା ରୂପରେ ରହିଛନ୍ତି । ମା’ ଭଗବତୀଙ୍କୁ ସନ୍ନ୍ୟାସର ଦେବୀ ବୋଲି କୁହାଯାଏ । ତେଣୁ ସନ୍ନ୍ୟାସୀ ପୁରୁଷଙ୍କୁ କେବଳ ମନ୍ଦିର ଦ୍ୱାର ପର୍ଯ୍ୟନ୍ତ ଆସିବା ପାଇଁ ଅନୁମତି ରହିଛି । ବିବାହିତ ପୁରୁଷଙ୍କ ପାଇଁ ପ୍ରବେଶ ନିଷେଧ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ