ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମାଗଣା ଚକ୍ଷୁ ଶିବର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଏକ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର.ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଗ୍ରାସିମ ଇଣ୍ଡଷ୍ଟ୍ରିର ୟୁନିଟ ମୁଖ୍ୟ ଅଜୟ କୁମାର ଗୁପ୍ତା ଉଦଘାଟନ କରିଥିଲେ l ମାନବ ସମ୍ବଳ ବିଭାଗ ହେଡ଼ ଶ୍ରୀ ନିରୋଜା ପଟ୍ଟନାୟକ ଏବଂ ସିଏସଆର ମୁଖ୍ୟ ଶ୍ରୀମତି ସୁଶ୍ମୀତା ବେହେରାଙ୍କ ଉପସ୍ଥିତି ଥିଲେ l ପରିଷଦର ଉପଦେଷ୍ଟା ଦ୍ବୟ, ସଭାପତି ଏବଂ ସମସ୍ତ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଓ ସଦଶ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁପରିଚାଳିତ କରିଥିଲେ. ଏହି ଶିବିରଟି ସମରଝୋଳ-ହିଞ୍ଜିଳିକାଟୁ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିଛାଳୟର ସମ୍ପୂର୍ଣ ବୈଷୟିକ ସହାୟତା ରେ ଆୟୋଜିତ ହୋଇପାରିଛି. ଏହି ସ୍ୱାସ୍ଥ୍ୟ ଶିବିରରେ ଗଞ୍ଜାମ ପୌରାଞ୍ଚଳ ଓ ଆଖପାଖ ପଂଚାୟତର ୪୭ ଜଣ ବୟସ୍କ ଲୋକଙ୍କ ପରଳ ଚକ୍ଷୁ ପରୀକ୍ଷା କରାଗଲା ଓ ୧୧ ଜଣଙ୍କୁ ପରବର୍ତ୍ତୀ ନିଃଶୁଳ୍କ ଅସ୍ତ୍ରୋପଚାର ପାଇଁ ସହାୟତା କରାଗଲା.l