ଉଚ୍ଚଶିକ୍ଷା ବିଭାଗ ସେକ୍ସନ ଅଫିସରଙ୍କ ମନମାନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରାଭିଭାବକମାନେ ଉଚ୍ଚଶିକ୍ଷା ବିଭାଗର ସେକ୍ସନ ଅଫିସର ସନ୍ତୋଷ ସେଠୀଙ୍କ ମନମାନୀ ଓ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର ସନ୍ତୋଷ ସେଠୀ ସେହି ବିଭାଗରେ ଦୀର୍ଘ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାନ କରିବା ସହିତ ବିଭିନ୍ନ ଦୂର୍ନୀତି, ବେଆଇନ ଓ ହେରାଫେରୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ସେକ୍ସନ ଅଫିସର ଶ୍ରୀ ସେଠୀ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଉତ୍କଚ ନେଇ ବହୁ ବେଆଇନ ତଥା ଆଇନ ବହିର୍ଭୁତ କାର୍ଯ୍ୟ କରୁଛନ୍ତି । ଫଳରେ ସେହିସବୁ ମହାବିଦ୍ୟାଳୟ ଗୁଡିକରେ ଚରମ ବିଶୃଙ୍ଖଳା ସୃଷ୍ଟି ହେବା ସହିତ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଏବଂ ମହାବିଦ୍ୟାଳୟ ପାଣ୍ଠି ହରିଲୁଟ ହେବାରେ ଲାଗିଛି । ସେକ୍ସନ ଅଫିସର ଶ୍ରୀ ସେଠୀ କଲେଜର ଦୁର୍ନୀତି ଖୋର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଉତ୍କଚ ଗ୍ରହଣ କରି ସେହି ଅର୍ଥରୁ ସିଙ୍ଘ ଭାଗ ଅର୍ଥ ନିଜେ ନେଉଥିବା ବେଳେ ଅବଶିଷ୍ଠ ଅର୍ଥକୁ ଅନ୍ୟାନ୍ୟ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଦେଇ ବହୁ ବେଆଇନ ଓ ଆଇନ ବହିର୍ଭୁତ କାର୍ଯ୍ୟ କରୁଛନ୍ତି । ଯାହାର ଫଳ ବିଭିନ୍ନ କଲେଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଭୋଗ କରୁଛନ୍ତି । ସେମାନଙ୍କ ଅଭିଭାବକମାନେ ଲୁହ ଲହୁ ବୁହାଇ ଉପାର୍ଜ୍ଜନ କରୁଥିବା ଅର୍ଥକୁ ପିଲାଙ୍କ ପାଠପଢା ନିମନ୍ତେ କଲେଜରେ ଦାଖଲ କରୁଥିବା ବେଳେ ସେହି ଅର୍ଥକୁ ଏଭଳି ଭାବେ ହରିଲୁଟ କରାଯାଉଛି । ବିଭିନ୍ନ ମହାବିଦ୍ୟାଳୟରେ ଥିବା ଦୁର୍ନୀତିଗ୍ରସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସେହି ଗୋଟିଏ ସ୍ଥାନରେ ଦୀର୍ଘ ୧୫/୨୦ବର୍ଷ ଧରି ରହିବା ଫଳରେ ସେମାନେ ଶିକ୍ଷାଦାନରେ ଗୁରୁତ୍ତର ଅବହେଳା କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଓ କଲେଜ ପାଣ୍ଠିକୁ ଚଳୁ କରିଦେଉଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ଏହି କରିତ୍କର୍ମା ସେକ୍ସନ ଅ‘ିସର ଶ୍ରୀ ସେଠୀଙ୍କ ହସ୍ତକ୍ଷେପ ଯୋଗୁଁ ସେମାନଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେକ୍ସନ ଅଫିସର ଶ୍ରୀ ସେଠୀ ବିଭିନ୍ନ କଲେଜର ଦୁର୍ନୀତିଗ୍ରସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କ ଠାରୁ ମୋଟା ଅଙ୍କରେ ଉତ୍କଚ ନେଇ ସେହି ଅର୍ଥରୁ ମାତ୍ର କିଛି ଅର୍ଥ କେତେକ ବଡବଡିଆ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦେଇ ସେହିମାନଙ୍କ ଛତ୍ରଛାୟା ତଳେ ରହି ଦୀର୍ଘ ବର୍ଷ ଧରି ଏଭଳି ବେଆଇନ, ମନୋମୁଖୀ, ହେରାଫେରି, ଦୁର୍ନୀତି ଓ ଅରାଜକତା ଉଚ୍ଚଶିକ୍ଷା ବିଭାଗରେ ଚଳାଇ ଆସୁଥିଲେ ମଧ୍ୟ ସେହି ଅଧିକାରୀମାନଙ୍କ ସୁରକ୍ଷା କବଚ ତଳେ ଥିବାରୁ ସେକ୍ସନ ଅଫିସର ସନ୍ତୋଷ ସେଠୀଙ୍କ ବିରୋଧରେ ଅଦ୍ୟାବଧି କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏଣୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲାର ଲକ୍ଷ ଲକ୍ଷ ଗରିବ ଛାତ୍ରଛାତ୍ରୀମାନଙ୍କ ସମୁହ ସ୍ୱାର୍ଥ ଓ ଭବିଷ୍ୟତ ଦୃଷ୍ଟିରୁ ତୁରନ୍ତ ସେକ୍ସନ ଅଫିସର ଶ୍ରୀ ସେଠୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତାପ ମହାନ୍ତି, ଶୁଭ୍ରକାନ୍ତ ରାଉତ, ରମାକାନ୍ତ ଘଡେଇ, ସୁମନ୍ତ ପାଣି, ରବୀନ୍ଦ୍ର ସାହୁ ଓ ସନ୍ଦୀପ ଶର୍ମା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ