ଭଉଣୀ ଡାକିଦେବାରୁ ଭାଇଙ୍କର ହେଲା ଏମିତି ଅବସ୍ଥା

ଭାରତରେ ଅନେକ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିର ସହ କିଛି କାହାଣୀ ବି ଯୋଡ଼ି ହୋଇ ରହିଛି । କିନ୍ତୁ ଭାରତରେ ଏମିତି ଏକ ମନ୍ଦିର ରହିଛି, ଯାହା ଆଜିଯାଏ ସମ୍ପୂର୍ଣ୍ଣ ହୋଇନାହିଁ । ତଥାପି ଏହି ମନ୍ଦିରକୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥାଏ । ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ । ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଭୈସଁଦେହୀ ନଦୀ ନିକଟରେ ରହିଛି ଏହି ମନ୍ଦିର । ଅଭିଶାପ ଯୋଗୁ ମନ୍ଦିରଟି ଅଧାଗଢ଼ା ହୋଇ ଆଜି ପର୍ଯ୍ୟନ୍ତ ରହିଛି ।
ଲୋକକଥା ଅନୁଯାୟୀ, ଦୁଇ ଭାଇ ମିଶି ଏକ ମନ୍ଦିର ନିର୍ମାଣ କରୁଥିଲେ । ମାତ୍ର ଏହାକୁ ପୂରା କରିପାରିଲେନାହିଁ । ଏହି ମନ୍ଦିରର ନାମ ସିଦେ୍ଧଶ୍ୱରନାଥ ମନ୍ଦିର । ଏହି ମନ୍ଦିରର ନିର୍ମାଣ ୧୧ ଶହ ମସିହାରେ ଆରମ୍ଭ ହୋଇଥିଲା । ଏହି ମନ୍ଦିର ଗୟା ରାଜା ନିର୍ମାଣ କରାଉଥିଲେ । ଗୟାର ରାଜଧାନୀ ସେତେବେଳେ ମହିଷ୍ମତୀ ନାମରେ ଜଣାଥିଲା । ଗୟା ରାଜା ଶିବଙ୍କ ପ୍ରିୟ ଭକ୍ତ ଥିଲେ । ତେଣୁ ନଗରରେ ଶିବମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ । ତେଣୁ ମନ୍ଦିର ନିର୍ମାଣ ପାଇଁ ବାସ୍ତୁଶିଳ୍ପୀ ଦୁଇ ଭାଇ ନାଗର ଏବଂ ଭାଗରଙ୍କୁ ଡକାଇଲେ । କୁହାଯାଏ, ଏହି ଦୁଇ ଭାଇ ରାତିରେ ନଗ୍ନ ହୋଇ ମନ୍ଦିର ନିର୍ମାଣ କରୁଥିଲେ । ଅଭିଶାପ ଥିଲା ତାଙ୍କୁ ଯଦି ଏହି ଅବସ୍ଥାରେ କିଏ ଦେଖିନେବେ ତେବେ ଦୁଇ ଜଣ ପଥର ପାଲଟିଯିବେ । ସତକୁ ସତ ଏମିତି ଘଟିଲା ଦୁଇ ଭାଇ ପଥର ପାଲଟିଗଲେ । କୁହାଯାଏ, ଦିନେ ରାତିରେ ଦୁଇ ଭାଇ ନଗ୍ନ ହୋଇ ମନ୍ଦିର ନିର୍ମାଣ କରୁଥିଲେ । ଏହି ସମୟରେ ସେମାନଙ୍କ ଭଉଣୀ ଖାଇବା ନେଇ ଆସି ଭାଇ ଦୁଇ ଜଣଙ୍କୁ ଡାକିଦେଲେ । ଫଳରେ ସେଠାରେ ଦୁଇ ଭାଇ ପଥର ପାଲଟିଗଲେ । ସେବେଠାରୁ ଏହି ମନ୍ଦିର ଅସମ୍ପୂର୍ଣ୍ଣ ହୋଇ ରହିଛି । ତଥାପି ଏହାକୁ ଦେଖିବାକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ