ଜିଲ୍ଲାପାଳଙ୍କ ନିକଟରେ ମାଆ କିଚକେଶ୍ବରୀ ଶାଳର ଜମି ଜବରଦଖଲ ଅଭିଯୋଗ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ଠାରେ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କରଞ୍ଜିଆ ସ୍ଥିତ ପାଞ୍ଚପିଢ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ଏହି ଜନ ଅଭିଯୋଗ ଶୁଣାଣି ରେ କରଞ୍ଜିଆ ଏନଏସି ଅଞ୍ଚଳରେ ଥିବା ମାଆ କିଚକେଶ୍ବରୀ ଙ୍କ ଜମି କୁ ଜବରଦଖଲ ମୁକ୍ତ କରିବାକୁ କରଞ୍ଜିଆର ସାମ୍ବାଦିକ ତଥା ସମାଜସେବୀ ଭାଗବତ ଚନ୍ଦ୍ର ଦାସ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ରରେ କରଞ୍ଜିଆ ସହର ରବିଭିନ୍ନ ସ୍ଥାନରେ ଥିବା ମାଆ କିଚକେଶ୍ବରୀ ଙ୍କ ଜମି ସହିତ ପଳାସିଆ ମୌଜା ର ୱାର୍ଡନଂ ୯ ର ହଂଶୀସାହି ନିକଟରେ ଥିବା ଜମି ଖାତା ନମ୍ବର ୧୮୪ ପ୍ଲଟ ନମ୍ବର ୧୭ ୪ ଡ଼ିସିମିଲ ଜାଗା ଯାହାକି ଶ୍ରୀ କିଚକେଶ୍ବରୀ ଠାକୁରାଣୀ ଆସ୍ଥାନ ଜମି ମଧ୍ୟ ଅନ୍ତର ଭୁକ୍ତ ଅଟେ ଉକ୍ତ ଠାକୁରାଣୀ ଙ୍କ ଅସ୍ଥାନ ଜମି ରୁ ପ୍ରାୟ ୩ ଡ଼ିସିମିଲ ଜାଗା ଜବରଦଖଲ ହୋଇ ସେଠାରେ ଗୃହ ନିର୍ମାଣ ହୋଇଥିବା ନେଇ ଏକ ଅଭିଯୋଗ ପ୍ରଦାନ କରିଥିଲେ ଅଭିଯୋଗ ଶୁଣିବା ଓ ଅଭିଯୋଗ ସହିତ ସଂଲଗ୍ନ କାଗଜ ପତ୍ର ଦେଖିବା ପରେ ଜିଲ୍ଲାପାଳ କରଞ୍ଜିଆ ତହସିଲଦାର ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ତୁରନ୍ତ ଉକ୍ତଜମି ମାପ କରାଇବା ସହିତ ଜବରଦଖଲ ଅଭିଯୋଗ ର ତଦନ୍ତ କରି ଜବରଦଖଲକାରୀ ଙ୍କୁ ୧୫ ଦିନିଆ ନୋଟିସ ଦେଇ ଜବରଦଖଲ ଉଛେଦ ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି
ଏବେ ଦେଖିବାକୁ ବାକିରହିଲା କେବେ ତହସିଲଦାର ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜମି ର ଚି଼ହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଜବରଦଖଲ ଉଛେଦ କରୁଛନ୍ତି.