ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ କ୍ଷେତ୍ର ପରିକ୍ରମା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର( ନୂଆ ମଠ) ଠାରେ ଜଗନ୍ନାଥ ସଂସ୍କୃତି ର ରୀତି ନୀତି ଅନୁଯାୟୀ ମାର୍ଗଶୀର ମାସ କୃଷ୍ଣ ପାଞ୍ଚମୀ ତିଥି ରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନରେ କ୍ଷେତ୍ର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଭକ୍ତ ମଠ ରେ ଏକତ୍ରିତ ହୋଇ ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଙ୍କୁ ଆସନ୍ନ ମନ୍ଦିର ରେ ପୂଜାର୍ଚ୍ଚନା କଲା ପରେ ଆଶ୍ରମ ରେ ଥିବା ୧୫ ଗୋଟି ମନ୍ଦିର ପରିକ୍ରମା କରାଇଥିଲେ ।ମହାମନ୍ତ ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ ‘ନାମ କୀର୍ତ୍ତନ କରି ହରି ବୋଲ ହୁଳହୁଳି ପକାଇ ଭକ୍ତ ଓ ସାଧୁ ମାନେ କ୍ଷେତ୍ର ପରିକ୍ରମା କରିଥିଲେ। ଏହି ପରିକ୍ରମା ଦଳ ଆଶ୍ରମ ରୁ ବାହାରି ନୟାହାଟ ବଜାର, ନରସିଂହପୁର ର ମା ଚର୍ଚ୍ଚିକା ମନ୍ଦିର, ସିଙ୍ଘପାନିଆ ର ବାସୁଦେବ ମନ୍ଦିର, ନିପାଣିଆଗଡ଼ ପ୍ରଭୃତି ସ୍ଥାନ ପରିକ୍ରମା କରିଥିଲେ। ଡାକ୍ତର ରତ୍ନାକର ମହାନ୍ତି, ନୀଳମଣି ସାହୁ,ମହେଶ୍ୱର ଭାଇ, ବ୍ରଜ ଭାଇ, ମିଟନ ଭାଇ, ବାବାଜୀ ଅକ୍ଷୟ ଦାସ, ବାବାଜୀ ବିବେକାନନ୍ଦ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ବ୍ରହ୍ମାଭାଇ, ରାଜୁ ଭାଇ, ପ୍ୟାରୀ ଭାଇ ବିଦୁର ଭାଇ, ଚରଣଭାଇ, ସୁକାନ୍ତ ଭାଇ, ସେବିକା ସବିତା ଦାସ, ବୀଣା ମା, ବାସନ୍ତୀ ମା, ଅନୁ ମା ଙ୍କ ସମେତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଏହି କ୍ଷେତ୍ର ପରିକ୍ରମା ରେ ସାମିଲ ହୋଇଥିଲେ। କ୍ଷେତ୍ର ପରିକ୍ରମା ପରେ ମଠ ଠାରେ ସମୁହ ବିଶ୍ଵଶାନ୍ତି ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଶେଷରେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ମଠ ଠାରେ ପ୍ରସାଦ ସେବନ କରିଥିଲେ।ଆଶ୍ରମ ରେ ପାଳନ ହେଉଥିବା ୨୫ ପର୍ବ ପର୍ବାଣୀ ମଧ୍ୟରୁ କ୍ଷେତ୍ର ପରିକ୍ରମା କାର୍ଯ୍ୟକ୍ରମ ଅନ୍ୟତମ ବୋଲି ସେବକ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ