ଅଜୟ ଦାଶଙ୍କ ସ୍ମୃତି ସମାଜ ଗଠନ ପାଇଁ ପଥ ପ୍ରଦର୍ଶକ : ରାଜ୍ୟପାଳ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ସହିଦ ସ୍ମୃତି ଭବନରେ ଆୟୋଜିତ ୧୩ତମ ଅଜୟ ଦାଶ ସ୍ମାରକୀ ସଭାରେ ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ତଥା ମୟୂରଭଞ୍ଜର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଜୟ ଦାଶଙ୍କ ସ୍ମୃତି ସମାଜ ଗଠନ ପାଇଁ ପଥ ପ୍ରଦର୍ଶକ ହୋଇ ରହିବ ବୋଲି କହିଥିଲେ. ଅଜୟ ଦାଶ ସ୍ମୃତି କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଅର୍ଥନୀତି ପ୍ରାଧ୍ୟାପକ ଡ. ମୋହିତ କୁମାର ଷଡଙ୍ଗୀ, ସମ୍ମାନୀୟ ବକ୍ତା ଭାବେ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବ୍ଲକ ଚେୟାରମ୍ୟାନ ବୈଦ୍ୟନାଥ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ. ଏହି ଅବସରରେ ସ୍ବର୍ଗତଃ ଦାଶଙ୍କ ଧର୍ମପତ୍ନୀ ସୁମତୀବାଳା ଦାଶ ମହାମହିମ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ. ଏହି ପରିପ୍ରେକ୍ଷୀରେ ଚିକିତ୍ସା କ୍ଷେତ୍ରରେ ଡଃ. କରୁଣାକର ମହାପାତ୍ର, ରାଜନୀତି କ୍ଷେତ୍ରରେ ଶ୍ରୀ ପଦ୍ମଲୋଚନ ହାଇବ୍ରୁ, ସାରସ୍ୱତ କ୍ଷେତ୍ରରେ ଡଃ କବିତା ବାରିକ, ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ, କଳା କ୍ଷେତ୍ରରେ ଶ୍ରୀଯୁକ୍ତ ସୌର ବିହାରୀ ଦାସ, କ୍ରୀଡା କ୍ଷେତ୍ରରେ ଶ୍ରୀ ନନ୍ଦକିଶୋର ପଟନାୟକ (ମରଣୋତ୍ତର), ଆଇନ ଏବଂ ସମାଜସେବା କ୍ଷେତ୍ରରେ, କୃଷ୍ଣ ଚନ୍ଦ୍ର ଦାସ, ମନୋରଞ୍ଜନ ପଟ୍ଟନାୟକ, ସଂଗଠନ କ୍ଷେତ୍ରରେ, ଯୋଗଗୁରୁ ରାକେଶ ମହାନ୍ତ ଏବଂ ଶିକ୍ଷା କ୍ଷେତ୍ରରେ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନି ବର୍ଗର ବିଦ୍ୟାର୍ଥୀ କୁମାରୀ ଜ୍ୟୋତିକା ମହାପାତ୍ର (ସାଧାରଣ), ମିନାକ୍ଷୀ ବେହେରା (ଦିବ୍ୟାଙ୍ଗ), ବୁଦ୍ଧେଶ୍ୱର ମୁର୍ମୁ (ଆଦିବାସୀ) ଙ୍କୁ ଅଜୟ ଦାଶ ମେଧା ବୃତ୍ତି ପାଞ୍ଚ ହଜାର ଟଙ୍କା ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା. ଶ୍ରୀଯୁକ୍ତ ଆଶିଷ କୁମାର ବଶା ମଂଚ ପରିଚାଳନା କରିଥିବାବେଳେ, କୃଷ୍ଣ ଚନ୍ଦ୍ର ଦାସ, ଜୟନ୍ତ ପଣ୍ଡା, ସନତ କୁମାର ଦାଶ, ଅଂଶୁମାନ ଦାସ, ଦେବୀଦତ୍ତ ଦାସ, ମନୋରଞ୍ଜନ ପଟ୍ଟନାୟକ ତଥା ଅଜୟ ଦାଶ ସ୍ମାରକୀ ସମିତିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ.