ଅଲଟ୍ରାଟେକ୍‍ ସିମେଣ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଆସିକା  (ୱାଇଏନ୍‍ଏସ୍‍) : ଆସିକା କଲେଜଛକ ସ୍ଥିତ ମା ଶୀତଳାଇ ମନ୍ଦିର ପରିସରରେ ଅଲଟ୍ରାଟେକ୍‍ ସିମେଣ୍ଟ ଲିମିଟେଡ୍‍ର ସଂଯୋଜନା ଏବଂ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ପରୀକ୍ଷଣ ଶିବିରରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୧ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୬ ଜଣ ଚକ୍ଷୁ ରୋଗୀଙ୍କ ପରଳ ବା ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା ବେଳେ ୨ଜଣଙ୍କ ଚକ୍ଷୁ ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯିବା ସାଙ୍ଗକୁ ୧୧ ଜଣଙ୍କ ରେଟିନା ପରୀକ୍ଷା କରାଯାଇଥିଲା । ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର୍‍ ନଳୀନିକାନ୍ତ ମହାନ୍ତି, ମିସ୍‍ ସୋନାଲୀ ସ୍ୱାଇଁ, ମିସ୍‍ ଦୀପିକା ରାଉତ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁରୋଗୀଙ୍କ ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳର ବରିଷ୍ଠ ସମାଜସେବୀ ପଞ୍ଚୁଦେବ ପାତ୍ର ଏହି ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲା ବେଳେ ଅଲଟ୍ରାଟେକ୍‍ ସିମେଣ୍ଟ ବ୍ୟବସାୟିକ ପରିଚାଳକ ଦିଲୀପ କୁମାର ପୋଲାଇ ଓ ରୋଶନ୍‍ ଗିରି, ବୈଷୟିକ ଅଫିସର ଐଶ୍ଚର‌୍ୟା ଦାଶ ଏବଂ ଅଜୟ ପଣ୍ଡାଙ୍କ ସମେତ ବହୁ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ