୮୦ତମ ସ୍ୱାଧୀନତା ଦିବସ

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ସ୍କୁଲ, କଲେଜ ଓ ବହୁ ବ୍ୟବସାୟ ପ୍ରତିଷ୍ଠାନରେ ୮୦ତମ ସ୍ୱାଧୀନତା ଦିବସ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଧାୟକ ସରୋଜ କୁମାର ପାଢୀ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀ ଓ ବୀର ପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମାରକୀ କଷ୍ଟ ଲବ୍ଧ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ଆହ୍ୱାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ନାୟକ, ଏବିଡିଓ ସୁଶାନ୍ତ କୁମାର ବେହେରା, ବ୍ଳକ କର୍ମଚାରୀ ମିନତୀ ବେହେରା, ଦେବେନ୍ଦ୍ରନାଥ ପାତ୍ର, ସୁନିଲ୍‍ କୁମାର ମିଶ୍ର, ଶ୍ରୀନିବାସ ପାତ୍ର, ପ୍ରମୋଦ ପାଢୀ, ବାବୁରାମ ନାୟକ, ବିଭୁପ୍ରସାଦ ଦାଶ, ସୌଭାଗ୍ୟ ମହାପାତ୍ର, ଗୌରହରି ପୋଲାଇ, ଅର୍ଚ୍ଚନା ମହାରଣା, କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି, ବିଜୟ କୁମାର ସ୍ୱାଇଁ, ସନ୍ଦୀପ କୁମାର ପାଢୀ, ସଙ୍ଗୀତ କୁମାର ପାଢୀଙ୍କ ସମେତ ବହୁ ସଚେତନ ନାଗରିକ, ବ୍ଳକ କର୍ମଚାରୀ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କରେ ସଭାପତି ମଙ୍ଗୁଳୁଧର ସାହୁ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିରେ ସଭାପତି କାର୍ତ୍ତିକେଶ୍ୱର ପରିଡା, ଆସିକା ଘରୋଇ ବସ୍‍ ମାଲିକ ସଂଘ କାର୍ଯ୍ୟାଳୟରେ ସଭାପତି ସୂର୍ଯ୍ୟକାନ୍ତ ପରିଡା, ଆସିକା ସେବା ସମବାୟ ସମିତିରେ ସଭାପତି କାର୍ତ୍ତିକେଶ୍ୱର ପରିଡା, ଆସିକା ମେକ୍ ମାଇକେଲ ସଂସ୍କୃତ ଟୋଲ୍ ଓ ମହାବିଦ୍ୟାଳୟରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବାବାନାଥ ମିଶ୍ର, କୃଷ୍ଣସିଂହ ପାଠାଗାରରେ ସଭାପତି କେ.ବ୍ରହ୍ମାନନ୍ଦ ରାଓ, ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଏବିଇଓ ଭଂଜ ବେହେରା, ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ତହସିଲ୍ କାର୍ଯ୍ୟାଳୟରେ ତହସିଲଦାର ସଙ୍ଗୀତା ସେଣ, କଲେଜଛକ ସ୍ଥିତ ପ୍ରଜ୍ଞା ଶିଶୁ ମନ୍ଦିରରେ ଶିକ୍ଷାନୁଷ୍ଠାନର ସଂପାଦକ ବିଜୟ କୁମାର ଜେନା, ଖମ୍ବେଶ୍ୱରୀପାଟଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶିବଶଙ୍କର ଜେନା, ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ବାଲିସିରା ଉଚ୍ଚ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ବେହେରା, ଚିନ୍ମୟ ମିଶନ୍‍ ଆସିକା ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ତଥା ସଂପାଦକ ନିରଞ୍ଜନ ମହାନ୍ତି ସଂଯୋଜନା କରିଥିଲା ବେଳେ ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଜାତୀୟ ପତାକା ଉତ୍ତୋଳନ କରି ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଅହରହ ଉଦ୍ୟମ କରିଥିବା ମହାମନିଷୀ ମାନଙ୍କ ବୀରତ୍ୱର ବାର୍ତ୍ତା ଓ ଅସୀମ ତ୍ୟାଗ ସାଙ୍ଗକୁ ଭାରତ ବର୍ଷର ଗୌରବମୟ ଇତିହାସ ଉପରେ ଗୁରୁତ୍ୱାରୋପ କରି ଯୁବ ସମାଜ ମହାମନିଷୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଂପ୍ରତିକ ପରିସ୍ଥିତିରେ ଜାତୀୟତା ଭାବଧାରା ଉଦ୍ରେକ କରି ଏକ ଉତ୍ତମ ରାଷ୍ଟ୍ର ଗଠନ ପାଇଁ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ୮୦ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଟାନ ପକ୍ଷରୁ ୮୦ତମ ସ୍ୱାଧିନତା ଦିବସ ପାଳନ ଅବସରରେ ପ୍ୟାରେଡ୍ ମଧ୍ୟ ଅନୁଷ୍ଟିତ ହୋଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ