ଜିଲ୍ଲାସ୍ତରୀୟ ସର୍ଗିଫୁଲ ଓ ବିଜ୍ଞାନମେଳା ଉଦ୍ୟାପିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ ସମୂହ, କେନ୍ଦୁଝର ପକ୍ଷରୁ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଛାତ୍ରୋସôବ ସର୍ଗିଫୁଲ ଓ ବିଜ୍ଞାନମେଳା -୨୦୨୪ ଶନିବାର ଉଦ୍ୟାପିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ଓ ସର୍ଗିଫୁଲ କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ତର୍କ,ସୃଜନାତ୍ମକ ଲିଖନ,ସଂଗୀତ,ଗଣିତ,ବିଜ୍ଞାନ,କୁଇଜ୍,ଏକକ ଅଭିନୟ,ଗ୍ରୁପ ଡ୍ୟାନ୍ସ ଓ ଭଲିବଲ ଆଦି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଭାଗ ତର୍କ ବିପକ୍ଷ ପ୍ରତିଯୋଗୀତାରେ ଶୁଆକାଟୀ ବାଳିକା ଉଚ୍ଚ ବିଦ୍ୟାଳୟର ରୀତା କାର୍ଜୀ,ବରିଷ୍ଠ ବିଭାଗ ତର୍କର ସପକ୍ଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅସନପାଟର ସୁନେଲି ମାଝୀ,କନିଷ୍ଠ ବିଭାଗ ବିପକ୍ଷ ତର୍କ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚିଲିଦାର ନମ୍ରତା ପାତ୍ର,ତର୍କ ସପକ୍ଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚିଲିଦା ର କାଜଲ ନାୟକ,ବକୃତା ବରିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଇଡିହାର ନମ୍ରତା ମାଝୀ,କନିଷ୍ଠ ବିଭାଗ ବକୃତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସାହାରପୁରର ସନ୍ତୋଷୀ ବେହେରା,ସାଧାରଣ ଜ୍ଞାନ ବରିଷ୍ଠ ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜଡିପଦାର ସୁବ୍ରତ ମାଝୀ,ସାଧାରଣ ଜ୍ଞାନ କନିଷ୍ଠ ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜଡିପଦାର ଅଙ୍କିତ କୁମାର ପୃର୍ତ୍ତୀ,ସାଧାରଣ ଜ୍ଞାନ ସର୍ବ ବରିଷ୍ଠ ବିଭାଗରେ ରାଇଡିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୀପାରାଣୀ ଦେହୁରୀ ପ୍ରଥମ,ବରିଷ୍ଠ ବିଭାଗର ସୁଜନାତ୍ମକ ଲିଖନରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ରଶ୍ମିତା ନାୟକ,ସୁଜନାତ୍ମକ ବିଭାଗ କନିଷ୍ଠ ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ଅସନପାଟର ବାପୁନୀ ନାୟକ ପ୍ରଥମ,ଚିତ୍ରକଳା ପ୍ରତିଯୋଗୀତାର ବରିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅସନପାଟର ମାମୁନୀ ଓରାମ,କନିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀର ନନ୍ଦୀନୀ ପ୍ରଧାନ,ଏକକ ନୃତ୍ୟ କନିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀର ଦୀପାରାଣୀ ମୁଣ୍ଡା,ଏକକ ସଙ୍ଗିତ ବରିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀର ପ୍ରିୟଙ୍କା ପାତ୍ର,ବାଦ୍ୟଯନ୍ତ୍ର ପ୍ରତିଯୋଗୀତା ବରିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀ ଦ୍ରୌପଦୀ ମହତା,ଏକକ ଅଭିନୟ ସରକାରୀ ବାଳିକା ଅସନପାଟର ଜୁଲି ମୁଣ୍ଡା,ଓପନ ସ୍ଲୋଗାନ କନିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ମାଟକାମବେଡାର ବନୀତା ପାତ୍ର,ଓପନ ସ୍ଲୋଗାନ ବରିଷ୍ଠ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପାପିନ ନାୟକ ପ୍ରଥମ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । କୃତୀ ବିବେଚିତ ପ୍ରତିଯୋଗୀମାନେ ଆସନ୍ତା ଡିସେମ୍ବର ୧୮,୧୯ ଓ ୨୦ ତାରିଖ ଭୁବନେଶ୍ୱରର ଆଦିବାସୀ ପଡିଆଠାରେ ରାଜ୍ୟସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ୨ୟ ଦିବସ କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିନୋଦ କୁମାର ତନ୍ତୀଙ୍କ ନିଦେ୍ର୍ଦଶନାରେ ମାଟକାମବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲକ୍ଷ୍ମୀ ମୁର୍ମୁ,ନରଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଜାଲିନ ବେହେରା ଏବଂ ଅନ୍ୱେଷା,କେନ୍ଦୁଝରର ଦୀପାଳୀ ନାଏକ ସଫଳତା ପୂର୍ବକ ସଂଚାଳନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଧାକର କୁଅଁର,ଗୋବର୍ଦ୍ଧନ ମହାନ୍ତ,କିଶୋର କୁମାର ଜେନା,ରାଇଡିହା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ନାଏକ ବିଶେଷ ସହାୟତା ଯୋଗାଇ ଦେଇଥିଲେ । ଏକକ ଅଭିନୟରେ ଅସନପାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁଲି ମୁଣ୍ଡା ପ୍ରଥମ ସ୍ଥାନ,ରାଇଡିହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭୂମିକା ଦଳେଇ ଦ୍ୱିତୀୟ ସ୍ଥାନ,ମାଟକାମବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରଦ୍ଧାଞ୍ଜଳୀ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପରମାନନ୍ଦ ସେଠୀ ଓ ନରଣପୁର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପଦ୍ମଲୋଚନ ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପରିଚାଳନାରେ ମାଟକାମବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଲିବଲ ବାଳକ ବର୍ଗରେ ଚମ୍ପିଆନ୍ ହୋଇଥିବା ସ୍ଥଳେ ଜଡିପଦା ଉଚ୍ଚ ବିଦ୍ୟାଳୟର ଭଲିବଲ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବାଳିକା ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଉପରକୁସୁମିତା ଶ୍ରେଷ୍ଠ ବିବେଚିତ ହୋଇଥିବାବେଳେ ଶୁଆକାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ ଓ ଜୟନ୍ତ କୁମାର ସାମନ୍ତସିଂହାର,ଜିଲ୍ଲା ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ଧଳ,କାଦକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ଆଇଚ,ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଶତପଥି,ସରୋଜ ନନ୍ଦ,ଲକ୍ଷ୍ମୀଧର ସାହୁ,କୃଷ୍ଣାଞ୍ଜନ ଆଚାର୍ଯ୍ୟ,ମଣ୍ଡଳ କୁମାର ପଣ୍ଡା ପ୍ରମୁଖ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।