୫ମ ୟୁନିକ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ବ୍ରହ୍ମପୁର ଆଲ୍ଫା ସ୍ପୋର୍ଟିଂ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ୟୁନିକ୍ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ କେନ୍ଦୁଝର ଷ୍ଟାଡିୟମଠାରେ ଆୟୋଜିତ ରାଜ୍ୟସ୍ତରୀୟ ୟୁନିକ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ କଟକ ର ଜୁଭେନାଇଲ କ୍ଲବ ଓ ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ରେ ଜୁଭେନାଇଲ କ୍ଲବକୁ ୧୦୬ ରନ୍ରେ ପରାସ୍ତ କରି ବ୍ରହ୍ମପୁର ଆଲ୍ଫା ସ୍ପୋର୍ଟିଂ ଫାଇନାଲରେ ପ୍ରବେଶ କରିଛି । ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସୀମିତ ୩୮ ଓଭର ମ୍ୟାଚ୍ରେ ୩୬ ଓଭର ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୨୩୩ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଜନ୍ମେଜୟ ନାୟକ ୪୪ଟି ବଲର ସମ୍ମୁଖୀନ ହୋଇ ୬ଟି ଚୌକା ଓ ୩ଟି ଛକ୍କା ସହାୟତାରେ ୬୫ ରନ୍ ଓ ଅଙ୍କିତ ରାଜ ସିଂହ ୯ଟି ଚୌକା ଓ ୨ଟି ଛକ୍କା ସହାୟତାରେ ୫୪ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ଏମ୍ଡି ସୋହେଲ ଖାନ୍ ୬ ଓଭର ବୋଲିଂ କରି ୩୯ ରନ୍ ବ୍ୟୟ କରି ୩ଟି ଉଇକେଟ ହାସଲ କରିଥିଲେ । ପ୍ରତୀକ ପୁହାଣ ଓ ଶାସ୍ୱତ ମହାନ୍ତି ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ଭୁଜେନାଇଲ କ୍ଲବ କଟକ ୩୪.୧ ଓଭର ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ମାତ୍ର ୧୨୭ ରନ୍ ସଂଗ୍ରହ କରି ପାରିଥିଲା । ଦଳ ପକ୍ଷରୁ ସ୍ୱୟାଂଶୁ ପଟ୍ଟନାୟକ ୨୮ ରନ୍,ଶାସ୍ୱତ ମହାନ୍ତି ୨୫ ରନ୍,ପ୍ରତୁ୍ୟଷ ରଥ ୧୮ ରନ୍ ଓ ଏମ୍ଡି ସାହିଲ ରାଜା ୧୮ ରନ୍ ସଂଗ୍ରହ କରିଥିଲେ । ଆଲ୍ଫା ସ୍ପୋର୍ଟିଂ ପକ୍ଷରୁ ସୁଶିଲ କୁମାର ବାରିକ ୪ଟି,ଭବିଷ୍ୟ ବେହେରା ଓ ସୋହମ ଜେନା ଉଭୟ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର କ୍ଲବର ବରିଷ୍ଠ ସଦସ୍ୟ ତଥା ଜିଲାର ପୂର୍ବତନ ଖେଳାଳୀ ସୁମନ୍ତ କୁମାର ସାହୁ ଏବଂ ମହେଶ ମୁଖୀ ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁରର ଜନ୍ମେଜୟ ନାୟକଙ୍କୁ ପ୍ରଦାନ କରିଥିଲେ । ଏହି ମ୍ୟାଚ୍କୁ କ୍ଲବର ଦୁଇ ପ୍ରମୁଖ ସଦସ୍ୟ ଅମରେଶ ମିଶ୍ର ଓ ପ୍ରଭାତ ବେହେରା ଦାୟିତ୍ୱ ନିର୍ବାହ କରିଥିଲେ । ଓସିଏ ଅମ୍ପାୟାର ଆଶୁତୋଷ ପାଣି ଓ ଲଲାଟ କେଶରୀ ନନ୍ଦ ମ୍ୟାଚ୍ ପରିଚାଳନା କରିଥିବାବେଳେ କିରଣ ମନୋହର ମହାନ୍ତି ସ୍କୋରର ଓ ଭାଷ୍ୟକାର ଭାବେ ବୁବୁ ସିହ୍ନା ଦାୟିତ୍ୱ ତୁଲାଇଥିଲେ । ମ୍ୟାଚ୍ର ସିଧା ପ୍ରସାରଣ ୟୁଟୁ୍ୟବ୍ ଚ୍ୟାନେଲ ୧୦୦ ନଟ୍ ଆଉଟ୍ ରେ ପ୍ରସାରିତ ହୋଇଥିଲା । ରବିବାର ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁର ଓ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ