ଆରିୟନ୍ ପବ୍ଳିକ ସ୍କୁଲରେ ଏନ୍ସିସି ଦିବସ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ସ୍ଥିତ ଆରିୟନ୍ ପବ୍ଳିକ ସ୍କୁଲରେ ରବିବାର ଏନ୍ସିସି ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବାରେ ଆସିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆସିକା ଆରିୟନ୍ ପବ୍ଳିକ ସ୍କୁଲର ସଂପାଦକ ପରବିନ୍ଦର ସିଂ, ନିର୍ଦ୍ଦେଶକ ଅଭିନିତ୍ ଗମ୍ଭୀର, ପ୍ରଶାସନିକ ମୁଖ୍ୟ ଦୀପ୍ ଗମ୍ଭୀର, ନିର୍ଦ୍ଦେଶକ ଗୀତୁ ଗମ୍ଭୀରଙ୍କ ପରାମର୍ଶକ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିବା ଏନ୍ସିସିର ୭୬ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ ଯୋଗଦେଇ ଏହି ଦିବସ ପାଳନର ଲକ୍ଷ୍ୟ, ଅଭିମୁଖ୍ୟ ଓ ଇତିହାସ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ଦେବା ସାଙ୍ଗକୁ ଏନ୍ସିସି କ୍ୟାଡେଟ୍ମାନେ ସେବା ମନୋଭାବ ନେଇ ସମାଜସେବା ଓ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିବା ସହ ସମୃଦ୍ଧ ରାଷ୍ଟ୍ର ଗଠନରେ ଏନ୍ସିସି କ୍ୟାଡେଟ୍ ମାନଙ୍କ ଭୂମିକା ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରି ଏନ୍ସିସି କ୍ୟାଡେଟ୍ ମାନେ ଶୃଙ୍ଖଳା, ତ୍ୟାଗ ମନୋଭାବେ ନେଇ କାର୍ଯ୍ୟ ସଂପାଦନ କରିବା ସହ ଦେଶସେବା ଦିଗରେ ଆଗେଇ ଆସିଲେ ବିଦ୍ୟାର୍ଥୀ ଜୀବନ ସାର୍ଥକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ଆରିୟନ୍ ପବ୍ଳିକ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏନ୍ସିସି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଏନ୍ସିସି କ୍ୟାଡଟେ୍ ମାନେ ଏଥିରେ ସାମିଲ୍ øହୋଇ ରାସ୍ତାରେ ଯାଉଥିବା ଗାଡିଚାଳକମାନଙ୍କୁ ହେଲ୍ମେଟ୍ ପିନ୍ଧି ଗାଡି ଚଳାଇବା, ମଦ୍ୟପାନ କରି ଗାଡ ନଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ୍ ଫୋନ ବ୍ୟବହାର କରି କଥାବାର୍ତ୍ତା ନହେବା, ଦ୍ରୁତ ଗତିରେ ଗାଡି ନଚଳାଇବା, ଚାରିଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା, ଓଭର୍ଟେକ୍ ନକରିବା, ନାବାଳକମାନେ ଗାଡି ନଚଳାଇବା ଦିଗରେ ଅଭିଭାବକ ବୃନ୍ଦ ସଚେତନ ହେବା, ଟ୍ରାଫିକ୍ ନିୟମାବଳୀ ମାନିବା ଉପରେ ଲୋକଙ୍କୁ ସଚେତନ କରିବା ସାଙ୍ଗକୁ ଗାଡିଚାଳକମାନେ ନିଜ ପରିବାରର ସୁରକ୍ଷାର ସତର୍କତା ସଂପର୍କରେ ନିବେଦନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଆରିୟନ୍ ପବ୍ଳିକ ସ୍କୁଲ ପକ୍ଷରୁ ରବିବାର ଅନୁଷ୍ଠିତ ହୋଇଥିବା ଏନ୍ସିସି ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ କ୍ରୀଡା ଶିକ୍ଷକ ମନୋରଂଜନ ରଂଥ, ଏନ୍ସିସି ଅଫିସର ନାରାୟଣ ଗୌଡଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲା ବେଳେ ଶିକ୍ଷାନୁଷ୍ଠାନର ଏନ୍ସିିସି କ୍ୟାଡେଟ୍ମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।