ସିପିଆଇର ଶାଖା ସମ୍ମିଳନୀ ଚାଷୀଙ୍କ ସମସ୍ତ ଉତ୍ପାଦିତ ଧାନ ଫସଲକୁ କ୍ରୟ କରାଯିବା ପାଇଁ ଦାବୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ଶାଖା ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଗ୍ରାମର କୁରାଳ ସମାଜ କୋଠଘର ପରିସରରେ ଆୟୋଜିତ ସମ୍ମିଳନୀରେ ପାର୍ଟିର ବର୍ଷୀୟାନ ସଦସ୍ୟ ସତ୍ୟ ସ୍ବାଇଁ ପତାକା ଉତ୍ତୋଳନ କରିଥିଲେ। ସିପିଆଇ ବଡ଼ଖେମୁଣ୍ଡିି ଜୋନାଲ ସମ୍ପାଦକ କମ୍ରେଡ କିଶୋର କୁମାର ଶତପଥି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସମ୍ମିଳନୀ ରେ କମ୍ୟୁନିଷ୍ଟ ନେତା କମ୍ରେଡ ବୃନ୍ଦାବନ ପଣ୍ଡା,ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ କମ୍ରେଡ଼ ଅଳକ ନାଥ ମିଶ୍ର ଅତିଥିଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ଗନ୍ଧମାର୍ଦ୍ଧନ ପାହାଡ଼ କୁ ପୁଞ୍ଜିପତି ଆଦାନୀ ଙ୍କୁ ଲିଜ୍ ସୂତ୍ରରେ ଦେବାପାଇଁ ରାଜ୍ୟସରକାରଙ୍କ ଉଦ୍ୟମକୁ ନିନ୍ଦା କରାଯାଇଥିଲା। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ବୃଦ୍ଧି ନିୟନ୍ତ୍ରଣ ରେ ସରକାରୀ ବିଫଳତା , ମଣ୍ଡି ଜାରିଆରେ ଚାଷୀ ଙ୍କ ସମସ୍ତ ଉତ୍ପାଦିତ ଧାନ ଫସଲ କୁ ଟୋକେନ ଜରିଆରେ କ୍ରୟ କରାଯିବା। ସମସ୍ତ ଚାଷଜମି କୁ ଜଳସେଚନ କରାଯିବା।ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଇଦେବା। ବାର୍ଦ୍ଧକ୍ୟ,ବିଧବା ଏବଂ ଦିବ୍ୟାଙ୍ଗ ଙ୍କୁ ଭତ୍ତା ପ୍ରଦାନ କରିବା। ଗରିବ ଅସହାୟ ଙ୍କୁ ଖାଉଟି କାର୍ଡ ରେ ରାସନ ଯୋଗାଇଦେବା। କୃଷକ ଓ ଭାଗଚାଷୀ ଙ୍କୁ କାଳିଆ ଓ ବଳରାମ ଯୋଜନାରେ ସାମିଲ କରାଯିବା ସହ ସିଦ୍ଧେଶ୍ୱର ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା। ସ୍ଥାନୀୟ ବେଲଘାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରାଯିବା ନେଇ ସମ୍ମିଳନୀ ରେ ଆଗତ ପ୍ରସ୍ତାବ କୁ ବିଧିବଦ୍ଧ ଭାବେ ଗୃହୀତ କରାଯାଇଥିଲା।ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ କମ୍ରେଡ ଦଣ୍ଡପାଣି ସାହୁ ଙ୍କୁ ପାର୍ଟିର ଶାଖା ସମ୍ପାଦକ,ଗଣେଶ ପାତ୍ର ଙ୍କୁ ସହ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା।ଅଖିଳ ଭାରତ କୃଷକ ସଭା ଦାୟିତ୍ଵ କମ୍ରେଡ ପୁରୁଷୋତ୍ତମ ବେହେରା,ଭାରତୀୟ କ୍ଷେତ ମଜଦୂର ୟୁନିୟନ ଦାୟିତ୍ୱ କମ୍ରେଡ ରାଜେନ୍ଦ୍ର ସାହୁ, କମ୍ରେଡ ଗୌରାଙ୍ଗ ବେହେରା ,ଅଖିଳ ଭାରତ ଯୁବସଂଘ ଦାୟିତ୍ଵ କମ୍ରେଡ ଦୀନବନ୍ଧୁ ଦୈତାରି ରେଡ୍ଡୀ,ଉତ୍କଳ ମହିଳା ସମିତି ଦାୟିତ୍ଵ ପାୟଲ ଜେନା ଙ୍କୁ ଅର୍ପଣ କରାଯାଇଥିଲା। କମ୍ରେଡ ବାସୁଦେବ ବେହେରା, କମ୍ରେଡ ଭଗବାନ ସାହୁ, କମ୍ରେଡ ଧୋବା ବେହେରା, କମ୍ରେଡ ସୁଶାନ୍ତ ଲେଙ୍କା, କମ୍ରେଡ ଭୀମସେନ ବେହେରା, କମ୍ରେଡ ବିଜୟ ସ୍ବାଇଁ, କମ୍ରେଡ ସୁବାସ ବିଷୋୟୀ, କମ୍ରେଡ ମୋହିନୀ ବିଷୋୟୀ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ସମ୍ମିଳନୀରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ