ମହିଳାଙ୍କୁ ଘରେପଶି ହତ୍ୟା ଉଦ୍ୟମ ଘଟଣା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମର ତରା ସାହୁ ନାମ୍ନୀ ମହିଳାଙ୍କୁ ଘରେ ପଶି ହତ୍ୟା ଉଦ୍ୟମ ଘଟଣାରେ  ତାଙ୍କ ପଡ଼ୋଶୀ ଭଗବାନ ଡାକୁଆକୁ ବୁଧବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ମଙ୍ଗଳବାର ଅପରାହ୍ନ ରେ ଅଭିଯୁକ୍ତ ମହିଳାଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ମଙ୍ଗଳବାର ସକାଳେ  ତରା ଙ୍କ ଝିଅ ମୁନିତା ଘର ସମ୍ମୁଖରେ ଥିବା ପାଣି ପାଇପ ରେ ଲୁଗା ସଫା କରିବାରୁ ପଡୋଶୀ କୁନି ପ୍ରତିବାଦ କରିଥିଲେ। ଏଥିରେ ଉଭୟ ପରିବାର ର ମହିଳା ଙ୍କ ମଧ୍ୟରେ ବଚସା ହୋଇଥିଲା।ଅପରାହ୍ନ ରେ ଭଗବାନ ଘରକୁ ଫେରିବା ପରେ ତାଙ୍କ ମା କୁନି ଡାକୁଆ ପୁଅ କୁ ସମସ୍ତ ଘଟଣା କହିଥିଲେ।ଏଥିରେ ଉତ୍ତେଜିତ ହୋଇ ଭଗବାନ ଏକ ଠେଙ୍ଗା ଧରି ପଡୋଶୀ ଅଭିମନ୍ୟୁ ସାହୁ ଙ୍କ ଘର କବାଟ କୁ ଲାତ ମାରି  ଗାଳି ଗୁଲଜ କରିଥିଲା।ତରା ପ୍ରତିବାଦ କରିବାରୁ ତାଙ୍କ ମୁଣ୍ଡ କୁ ସେ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲା।ତରା ରକ୍ତାକ୍ତ ଅବସ୍ଥାରେ ଦିଗପହଣ୍ଡି ଥାନାରେ ପହଞ୍ଚି ଥିଲେ।ପୁଲିସ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ତରା ଥାନା ରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି  ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ଉଭୟ ପଡ଼ୋଶୀ ହୋଇଥିଲେ ମଧ୍ୟ ୨ ପରିବାର ମଧ୍ୟରେ କଥାବାର୍ତ୍ତା ନଥିଲା।ଘଟଣାଦିନ ପାଇପ ପାଣିରେ ଲୁଗାସଫା କୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ସୂତ୍ରପାତ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ