ବିବାଦରେ “ନମୋ ଟିଭି’: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଆପ୍

ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ସପ୍ତାହରୁ ମଧ୍ୟ କମ୍ ସମୟ ରହିଯାଇଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏକ ଟିଭି ଚ୍ୟାନେଲ ‘ନମୋ ଟିଭି’ (ଏନ୍ଏଏମ୍ଓ ଟିଭି)- ଲଞ୍ଚ୍ କରାଯିବା ଘଟଣାକୁ କେନ୍ଦ୍ର କରି ଦେଶରେ ଏବେ ଏକ ରାଜନୈତିକ ବିବାଦର ସୂତ୍ରପାତ ହୋଇଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ଶାସକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଥିବା ଦର୍ଶାଇ ତୀବ୍ର ବିରୋଧ ପ୍ରଦର୍ଶନ ପୂର୍ବକ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଆପ୍ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରାଯାଇଛି ଯେ, ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ କ’ଣ ଏକ ରାଜନୈତିକ ଦଳ ନିଜର ଏକ ଟିଭି ଚ୍ୟାନେଲ ଲଞ୍ଚ୍ କରିପାରିବ? ଏଥିପାଇଁ କ’ଣ ନିର୍ବାଚନ ଆୟୋଗଙ୍କ ଅନୁମତି ନିଆଯାଇଥିଲା? ଯଦି ନା ଏବଂ ନିର୍ବାଚନ ଆୟୋଗ ଯଦି ଏଥିପାଇଁ ଅନୁମତି ପ୍ରଦାନ କରି ନାହାନ୍ତି; ତେବେ ବିଜେପି ବିରୋଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଆୟୋଗ ଗ୍ରହଣ କରିବେ? ତେବେ କେବଳ ଆପ୍ ନୁହେଁ ଦେଶର ଅନ୍ୟ ସମସ୍ତ ବିଜେପି ବିରୋଧୀ ରାଜନୈତିକ ଦଳ ମଧ୍ୟ “ନମୋ ଟିଭି’କୁ ବିରୋଧ କରୁଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୭ ତାରିଖରେ ବିଜେପି ପକ୍ଷରୁ ଏହି “ନମୋ ଟିଭି’କୁ ଲଞ୍ଚ୍ କରାଯାଇଛି । ବିଭିନ୍ନ ଡିଟିଏଚ୍ ପ୍ଲାଟଫର୍ମରେ ଏବେ “ନମୋ ଟିଭି’ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ