ମକିଆ ଠାରେ ଧାନ ମଣ୍ଡି ଉଦଘାଟନ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ମୋକିଆ ଆରଏମସି ଗୃହ ଠାରେ ଜୟ ଜଗନ୍ନାଥ ଏସଏଚଜି ତରଫରୁ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମକିଆ ସରପଞ୍ଚ ଜଗତ ଜୀବନ ନାୟକଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷା ହେମଲତା ମାଝୀ,ଉପାଧକ୍ଷ ସୁଶାନ୍ତ ବେହେରା, ଡେଙ୍ଗାଗୁଡା ସରପଞ୍ଚ ସୁମିତ୍ରା ମାଝୀ, ମକିଆ ପୂର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ,ତ୍ରିନାଥ ମଣ୍ଡଳ, ପୂର୍ବତନ ସରପଞ୍ଚ ତୁଳାରାମ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।ଅତିଥିମାନେ ଉଚ୍ଚ ମାନ ର ଧାନ ଆଣିବା ସହ ମିଲର ଓ ଚାଷୀ ମଧ୍ୟ ରେ ତାଳମେଳ ଠିକ ରହିଲେ ଧାନ କିଣା ସଠିକରେ ହେବ ବୋଲି ଅତିଥି ମାନେ କହିଥିଲେ । ବାଲି, ଗୋଡି, ଅଗାଡି ମିଶା ଧାନ ନ ଆଣିବା ଲାଗି ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ମିଲର ମାନେ ଚାଷିଙ୍କୁ ସହଯୋଗ କରିବା ଲାଗି ଅନୁରୋଧ କରାଯାଇଥିଲା ।ଆରଏମସି କର୍ମଚାରି ମଣ୍ଡିର ଅନୁଷଙ୍ଗିକ ବ୍ୟାବସ୍ତା କରାଇବା ଲାଗି ନିବେଦନ କରାଯାଇଥିଲା । ଶନିବାର ଓ ରବିବାର ମକିଆ ମଣ୍ଡିରେ ଧାନ କିଣା ଲାଗି ଦିନ ନିର୍ଧାରିତ ହୋଇଛି।