ବିଜେଡ଼ି ସାମ୍ବାଦିକ ସମ୍ମିଳନୀ ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତାଫା ଦାବି
ନବରଙ୍ଗପୁର,(ୱାଇଏନ ଏସ):ଗଣ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁ ପଦ ସେଠିଙ୍କୁ ସିବିଆଇର ସମନ ଘଟଣାକୁ ନେଇ ଘନେଇଲା ରାଜନୀତି । ଘଟଣାର ପରିଧି ଭିତରକୁ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଟାଣିଲା ନବରଙ୍ଗପୁର ଜିଲ୍ଲା ବିଜେଡି । ଟେଣ୍ଡେର ଫିକ୍ସିଂ ପାଇଁ ଲାଞ୍ଚ କାରବାର ରେ ସାମିଲ ଥିବା ବିଷ୍ଣୁ ପଦ ସେଠିଙ୍କ ସହ ଏହି କାରବାର ରେ ଗଣଶିକ୍ଷା ମନ୍ତ୍ରୀ ସାମିଲ ଥିବା ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛି ଜିଲ୍ଲା ବିଜେଡି। ଏନେଇ ନବରଙ୍ଗପୁରର ଏକ ହୋଟେଲରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ମଧ୍ୟ ସିବିଆଇ ଜେରା କରିବା ପାଇଁ ଦାବି କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ । ଗଣଶିକ୍ଷା ବିଭାଗ ର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠି ଙ୍କ ବିରୋଧରେ ହୋଷ୍ଟେଲ ସ୍କୁଲ ନିର୍ମାଣ ର ଟେଣ୍ଡେର ଫିକ୍ସିଂ ରେ ସାମିଲ ନେଇ ସିବିଆଇ ସମନ ଜାରି କରିଛି । ଯେତେବେଳେ ୨୦ କୋଟି ରୁ ଉର୍ଦ୍ଧ ଟଙ୍କା ର ଟେଣ୍ଡେର ହୁଏ ତେବେ ତାହା କ୍ୟାବିନେଟ ରେ ମଞ୍ଜୁର ର ଆବଶ୍ୟକତା ରହିଥାଏ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ସୂଚନା ରହିଥାଏ । ଏହା ୩୮୭ କୋଟି ଟଙ୍କା ମୂଲ୍ୟ ଟେଣ୍ଡେର ହୋଇଥିବା ବେଳେ ଏହା ନିଶ୍ଚିତ କ୍ୟାବିନେଟ ର ମଞ୍ଜୁର ହେବକଥା କିନ୍ତୁ ତାହା କରାନଯାଇ ଚଂଚକତା କରି କିଛି ସଂସ୍ଥା କୁ ଦିଆଯାଇଛି ତେଣୁ ଏଥିରେ ନିଶ୍ଚିତ ଭାବେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସମ୍ପୃକ୍ତି ଥିବ ବୋଲି କହିଛନ୍ତି ପ୍ରଦୀପ ଏବଂ ରମେଶ ମାଝୀ । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ବତ ପ୍ରବୃତ ଭାବେ ଇସ୍ତଫା ଦେବା ସହିତ ସିବିଆଇ ମନ୍ତ୍ରୀଙ୍କୁ ମଧ୍ୟ ସମନ ଜାରି କରି ତଦନ୍ତ ର ପରିସର ଭୁକ୍ତ କରିବାକୁ ଦାବି କରିଛି ଦଳ । ଏଥିସହିତ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଦିବାସୀ ଉନ୍ନୟନ ବିଭାଗ ର ହଷ୍ଟେଲ ସ୍କୁଲ ନିର୍ମାଣ ରେ ଦଳୀୟ ଠିକାଦାର ମାନଙ୍କୁ ଅନୁକମ୍ପା ଦେଖାଇ ଠିକା କାମ ଦିଆଯାଇଥିବା ଅଭିଯୋଗ କରିବା ସହିତ ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି କହିଛନ୍ତି ବିଧାୟକ। ଏନେଇ ତାଙ୍କ ନିକଟରେ ପ୍ରମାଣ ଥିବା ଦାବି କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ଉପସଭାପତି ରବି ପଟ୍ଟନାୟକ, ମହିଳା ସଭାନେତ୍ରୀ ମଞ୍ଜୁଳା ମାଝି, କୋରାପୁଟ ଯୋନ ସଭାପତି ତାପସ ତ୍ରିପାଠୀ ,ଯୁବ ନେତା ଦିଲୁ ପଣ୍ଡା ,ନଗର ସଭାପତି ପ୍ରମୋଦ କୁମାର ରଥ ବରିଷ୍ଠ ବିଜେଡି ନେତା ସରୋଜ ପାତ୍ର ଉପସ୍ଥିତ ଥିଲେ ।