କେନ୍ଦ୍ରାପଡା ପୈାରସଂସ୍ଥା ଦ୍ୱାରା ନିର୍ମିତ ଗୋପ ତୁଳସୀ ପାର୍କ ଉଦଘାଟିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଗୋପ ଗ୍ରାମର ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ତୁଳସୀ ପାର୍କ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ପାର୍କରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରଖାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହରବାସୀଙ୍କ ବହୁ ଦିନର ସ୍ୱପ୍ନ ଏହାଫଳରେ ସାକାର ହୋଇଥିବାର ଦେଖାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଏବଂ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଡିଜାଇନରେ ନିର୍ମାଣାଧିନ ଥିବା ଏହି ତୁଳସୀ ପାର୍କକୁ କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଫିତାକାଟି ଉଦଘାଟିତ କରିଛନ୍ତି । ପାର୍କଟି ଦେଖିବାକୁ ବେଶ ସୁନ୍ଦର ଓ ମନମୁଗ୍ଧକର ହୋଇଛି । ଏହି ପାର୍କଟିରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଖେଳିବାର ବ୍ୟବସ୍ଥା ରହିଥିବା ବେଳେ ବୟଷ୍କମାନଙ୍କ ପାଇଁ ପ୍ରାତଃ ଭ୍ରମଣ ଓ ପାର୍କ ଭିତରେ ବସି ବାୟାମ, ଯୋଗ ପ୍ରଭୃତି କରିବାର ବ୍ୟବସ୍ଥା କରାଯାଇଛି । ଏତଦଭିନ୍ନ ଯୁବକ,ଯୁବତୀମାନେ ମଧ୍ୟ ପାର୍କ ଭିତରେ ବସି ପ୍ରକୃତିର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହିତ ବାୟାମ କରିବାକୁ ଜିମନାସିୟମ ମଧ୍ୟ ରହିଛି । ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ କରାଯାଇଥିବା ଏହି ପାର୍କଟି ପ୍ରକୃତରେ ବହୁ ମନଲୋଭା ହୋଇଥିବାର ଦେଖାଯାଇଛି । ରାଜ୍ୟର ସର୍ବପୁରାତନ ଦେଢଶହ ବର୍ଷର କେନ୍ଦ୍ରାପଡା ପୈାରାଚଂଳରେ ପୂର୍ବରୁ ଏଭଳି କୈାଣସି ପାର୍କ ନଥିବା ବେଳେ ସହରବାସୀଙ୍କ ନିମନ୍ତେ ଏହି ପାର୍କଟି ପ୍ରକୃତରେ ସବୁଜବନାନୀ ଓ ପ୍ରାକୃତିକ ପରିବେଶ ମଧ୍ୟରେ ପରିପୂର୍ଣ୍ଣ ହୋଇଥିବା ଏକ ସୁନ୍ଦର ଓ ଲୋଭନୀୟ ମୁକ୍ତାକାଶ ରଙ୍ଗମଂଚର ଭ୍ରମ ସୃଷ୍ଟି କରିଛି । ପ୍ରାୟ ୫୩ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏବଂ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନର୍ମିତ ହୋଇଛି ଏହି ପାର୍କଟି । ଗତ ୨୦୧୮ମସିହା ଅଗଷ୍ଟମାସ ୨୬ତାରିଖରେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ ଏହାର ଶିଳାନ୍ୟାସ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଧିରେନ ସାହୁ, ରୋସô୍ନା ସାହୁ, ଆଲୋକ ସାହୁ, ଦେବଦାସ ମହାନ୍ତି, ହିରଣ୍ୟ ପଣ୍ଡା, ରାଜେଶ ପଣ୍ଡା, ପ୍ରଦିପ କୁମାର ସାହୁ, ମ୍ମହମ୍ମଦ ସେକ ଇନାୟତ, ସେକ ମତୁ , ରଞ୍ଜିତ ସାହୁ, ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
